ନୂଆଦିଲ୍ଲୀ : ୟେମେନ୍ରେ ମୃତ୍ୟୁ ଦଣ୍ଡ ପାଇଥିବା କେରଳରେ ରହୁଥିବା ନର୍ସ ନିମିଷା ପ୍ରିୟାଙ୍କ ମାଆଙ୍କ ଦ୍ୱାରା, ୟେମେନ ଯିବାକୁ ଅନୁମତିର ଗୁହାରୀକୁ ଦିଲ୍ଲୀ ହାଇକୋର୍ଟ ବର୍ତ୍ତମାନ ପାଇଁ ଖାରଜ କରି ଦେଇଛନ୍ତି। ଉକ୍ତ ମାମଲାରେ ସରକାରଙ୍କ ଆଭିମୁଖ୍ୟ ସହ ବିସ୍ତୃତ ଶୁଣାଣି ସୋମବାର ୪ ଡିସେମ୍ୱରକୁ ହେବ। ନିମିଷା ପ୍ରିୟାଙ୍କର ମାଆଙ୍କର ପିଟିସନ ଉପରେ ଶୁଣାଣି ପାଇଁ ଛୁଟି ଦିନରେ ଦିଲ୍ଲୀ ହାଇକୋର୍ଟର ସ୍ପେଶାଲ ବେଞ୍ଚ ସନ୍ଧ୍ୟା ୪.୩୦ଟାରେ ବସିଥିଲ। , ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରି ଥିଲେ କି , ଯଦି ମାଆ ଓ ଅନ୍ୟ ଲୋକ ନିଜ ରିସ୍କରେ ୟେମେନ ଯିବାକୁ ଚାହାନ୍ତି ତ ତାଙ୍କୁ କଣ ଅନୁମତି ଦିଆଯାଇ ପାରିବ ?
ନିମିଷା ପ୍ରିୟା କିଏ, କାହିଁକି ଏହି ଭାରତୀୟ ନର୍ସଙ୍କୁ ୟେମେନରେ ମିଳିଛି ମୃତ୍ୟୁଦଣ୍ଡ ? ଜାଣନ୍ତୁ ...
ଦିଲ୍ଲୀ ହାଇକୋର୍ଟ ୧୦ ବର୍ଷିୟା ଝିଅକୁ ମାଆଙ୍କ ସହ ୟେମେନ ଯିବାକୁ ଅନୁମତି ଦେବାରେ ମନା କରି ପଚାରିଛନ୍ତି ଆପଣ କଣ ସରକାରଙ୍କ ମନା କରିବା ପରେ ମଧ୍ୟ ବିପଦ ଉଠାଇ ୟେମେନ ଯିବାକୁ ଚାହାନ୍ତି ?
ସରକାର କହିଛନ୍ତି କି , ଆପଣଙ୍କ ପାଇଁ ସେଠାକୁ ଯିବା ସୁରକ୍ଷିତ ନୁହେଁ। ଦିଲ୍ଲୀ ହାଇକୋର୍ଟ କହିଛନ୍ତି - ଭାରତରୁ ୟେମେନ ପାଇଁ କୌଣସି ସିଧାସଳଖ ଫ୍ଲାଇଟ୍ ମଧ୍ୟ ନାହିଁ। ଝିଅର ମାଆଙ୍କ ଓକିଲ କହିଛନ୍ତି , ସେ ନିଜ ରିସ୍କରେ ୟେମେନ ଯିବାକୁ ପ୍ରସ୍ତୁତ। କୋର୍ଟଙ୍କୁ ଏହା ମଧ୍ୟ କୁହାଯାଇଛି କି, ମାଆଙ୍କ ବୟସ ୫୮ ବର୍ଷ। ଏହାସହ ଦୁଇ ଜଣ ଲୋକ ତାଙ୍କ ସହ ଯିବେ। ନିମିଷାଙ୍କର ୧୦ ବର୍ଷର ଝିଅ ମଧ୍ୟ ସାଥିରେ ଯିବେ।
ଦିଲ୍ଲୀ ହାଇକୋର୍ଟ କହିଛନ୍ତି କି, ମାଆ ନିଜର ଦେଖାଶୁଣା ମଧ୍ୟ କରି ପାରିବେ ନାହିଁ। ସାଥିରେ ୧୦ ବର୍ଷିୟା ଛୋଟ ଝିଅ ମଧ୍ୟ ଥିବ। ଆମେ ୧୦ ବର୍ଷିୟା ଝିଅର ଯିବାକୁ ଅନୁମତି ଦେଇପାରିବୁ ନାହିଁ। କାରଣ ସେଠାରେ ବିପଦ ଅଛି। କେନ୍ଦ୍ର ସରକାର ପିଟିସନର ବିରୋଧ କରି କହିଛନ୍ତି ଆମେ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଖୁବ୍ ଦାୟିତ୍ୱବାନ।
ଯଦି ମହିଳାଙ୍କ ସେଠାରେ କିଛି ହୋଇ ଯାଏ ତ ଏଥିପାଇଁ ସରକାର ଦାୟୀ ରହିବେ। ପିଟିସନରେ କୁହାଯାଇଛି କି, ନିମିଷା ଦ୍ୱୀପ ଦେଶ ୟେମେନରେ ଫସି ସାରିଛନ୍ତି। ନିମିଷାଙ୍କ ମାଆ ୟେମେନ ଯାଇ ବ୍ଲଡ୍ ମନି ବା କହିବା ତ କ୍ଷତିପୂରଣ ଅର୍ଥ ଦେଇ ନିଜ ଝିଅକୁ ରକ୍ଷା କରିବାକୁ ୟେମେନ ଯିବାକୁ ଅନୁମତି ମାଗିଛନ୍ତି। ଏହା ପୂର୍ବରୁ ବିଦେଶ ମନ୍ତ୍ରାଳୟ ୟେମେନର ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କହିଛନ୍ତି , ଆମେ ପରାମର୍ଶ ଦେବୁକି ସେ ସେଠାକୁ ନଯାଆନ୍ତି। ତାଙ୍କର ସାହାଯ୍ୟ କରିବାକୁ ଆମର କୌଣସି କୂଟନୀତିକ ମିଶନ ୟେମେନରେ ମଧ୍ୟ ନାହାନ୍ତି।