ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

୧୨୦ ସେମି ଲମ୍ବା ଆଇସକ୍ରିମ୍‌ ଟାୱାର

ନୂଆଦିଲ୍ଲୀ,୨୯/୯:  ଆଇସକ୍ରିମ୍‌ ଖାଇବାକୁ କିଏ ବା ଭଲ ନପାଏ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପସନ୍ଦ କରନ୍ତି । ଏଭଳିସ୍ଥିତିରେ ସୋସିଆଲ୍‌ ମିଡିଆରେ ଏବେ ୧୨୦ ସେମି ଲମ୍ବା ଏକ ଆଇସକ୍ରିମ୍‌ ଟାୱାର୍‌ର ଭିଡିଓ ଭାଇରାଲ୍‌ ହେଉଛି । ଭିଡିଓରେ ଏକ ରେସ୍ତୋରାଁର ଜଣେ ମହିଳା କର୍ମଚାରୀ ତାକୁ ସମ୍ଭାଳି ଖୁବ୍‌ ଆରାମରେ ପରଷିବା ଲାଗି ଟେବୁଲ ଯାଏ ଆଣୁଥିବା ଦେଖିବାକୁ ମିଳୁଛି । ଏହି ଲମ୍ବା ଆଇସକ୍ରିମ୍‌କୁ ବନାଇବା ଲାଗି ଚକୋଲେଟ୍‌, ଭାନିଲା, କର୍ନଫ୍ଲେକ୍ସ ପ୍ରଭୃତି ବିଭିନ୍ନ ପ୍ରକାର ଆଇସକ୍ରିମ୍‌ର ବ୍ୟବହାର କରାଯାଇଛି । 

ଆମ୍ବ, କିୱି, କଦଳୀ, ଷ୍ଟ୍ରବେରୀ ପରି ଅନ୍ୟ ଫ୍ଲେଭରର କୋନ୍‌ ଓ ଆଇସକ୍ରିମ୍‌ ସ୍କୁପ୍‌କୁ ତା’ ଉପରେ ସଜାଯାଇଛି । ଜାପାନର ନାଗାସାକି ସହରରେ ଥିବା ୟୁମ ଟାୱାର ରେସ୍ତାରାଁରେ ଏହା ମିଳୁଥିବାବେଳେ ଏହି ଲମ୍ବା ଆଇସକ୍ରିମ୍‌ର ମଜା ନେବାକୁ ହେଲେ ଭାରତୀୟ ମୁଦ୍ରାରେ ୫୮୩୧ ଟଙ୍କା ପଇଠ କରିବାକୁ ହେବ । ଇନ୍‌ଷ୍ଟାଗ୍ରାମରେ ଅଦ୍ୟାବଧି ଏହି ରିଲ୍‌କୁ ୧ କୋଟି ୪୯ ଲକ୍ଷ ଭ୍ୟୁ ମିଳିଛି । ୭ ଲକ୍ଷରୁ ଅଧିକ ଏହାକୁ ଲାଇକ୍‌ କରିଛନ୍ତି ।

  • prameyanews
  • PrameyaOdia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.