ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଟୋରୁ ୧୪ ପେଟି ମଦ ଜବତ, ୨ ଗିରଫ

ଫିରିଙ୍ଗିଆ, ୫।୫ : ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ଠାରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ କୁ ସଂଯୋଗ କରୁଥିବା ସୁଟାଣି ଘାଟି ନିକଟରେ ଏକ ଅଟୋରୁ ୧୪ ପେଟି ବିଦେଶୀ ମଦ ପୋଲିସ ଜବତ କରିଛି। ଏଥିସହ ୨ ଜଣଙ୍କୁ ପୋଲିସ ଗିରଫ କରିଛି। 

ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ଠାରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ କୁ ସଂଯୋଗ କରୁଥିବା ସୁଟାଣି ଘାଟି ନିକଟରେ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଙ୍କ ସହ ଏକ ଟିମ ଏକ  ଅଟୋକୁ ଅଟକାଇ ଯାଞ୍ଚ କରିଥିଲା।  ଯାଞ୍ଚ ସମୟରେ ସମ୍ପୃକ୍ତ ଅଟୋରୁ ୧୪ ଗୋଟି ପେଟିରେ ଭର୍ତ୍ତି ହୋଇଥିବା ପ୍ରାୟ ୧୨୯ ଲିଟର ବିଦେଶୀ ମଦ ପୋଲିସ ଜବତ କରିଥିଲା I  

ଏହି ମାମଲାରେ ଗିରଫ ହୋଇଥିବା ଦୁଇଜଣ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ଫିରିଙ୍ଗିଆ ବ୍ଲକ ଲୋଇସିଂ ଗାଁ ର ଲାଲା ମୁଖି ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣେ ଜାଜେସପଙ୍ଗା ପଞ୍ଚାୟତ ରଙ୍ଗାପଙ୍ଗା ଗାଁ ର ଯାଦବ ମୁଖି । ସେ ଜବତ ଅଟୋ ର ଡ୍ରାଇଭର ବୋଲି ଜଣାପଡିଛି I ତେବେ ଏହି ଘଟଣାରେ ଗୋଛାପଡା ଥାନାରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି I ଅଟୋଟି କଣ୍ଟାମାଳ ରୁ ବାଲ ନ୍ଦାପଡା କୁ ଆସୁଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.