ସୋର, ୧୮/୨ : ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବିଦୁ ନିକଟରେ ଟ୍ରାଭେଲର ଡମ୍ପର ମଧ୍ୟରେ ଧକ୍କା। ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ଡମ୍ପର ସହ ଏକ ଟ୍ରାଭେଲର ଧକ୍କା ହୋଇଥିଲା। ଫଳରେ ୧୬ ଜଣ ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତି ହୋଇଛନ୍ତି।
ସୂଚନା ଅନୁସାରେ, ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଏକ ଟ୍ରାଭେଲର ମିନି ବସରେ ୧୨ ଜଣ ଝିଅ ଓ ୪ ଜଣ ପୁଅ ଯାଉଥିଲେ। ୧୬ନମ୍ବର ଜାତୀୟ ରାଜପଥ ବିଦୁ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଡମ୍ପର ସହ ଧକ୍କା ହୋଇଥିଲା। ଫଳରେ ଟ୍ରାଭେଲରରେ ଥିବା ୧୬ ଜଣ ଯାତ୍ରୀଙ୍କ ସମେତ ଗାଡିର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ସେଠାରୁ ୨ ଜଣ ବାଲେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି।