ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁରକ୍ଷାବାହିନୀକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ଟଳିଲେ ୬ ନକ୍ସଲ

ବିଜାପୁର, ୨୭/୦୩ : ସୁରକ୍ଷାବାହିନୀକୁ ବଡ଼ ସଫଳତା। ଯବାନଙ୍କ ଗୁଳିରେ ଟଳିଲେ ୬ ନକ୍ସଲ। ଛତିଶଗଡ଼ରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ବିଜାପୁର ଜିଲ୍ଲା ଚିକୁରବାଟି-ପୁସବାକା ନିକଟ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି। 

ସୂଚନାନୁଯାୟୀ, ଡିଆରଜି, ସିଆରପିଏଫ୍ ୨୨୯, କୋବ୍ରା ବାହିନୀର ମିଳିତ ଅପରେସନ ବେଳେ ନକ୍ସଲମାନେ ଗୁଳି ଚଳାଇଥିଲେ। ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲା। ଯାହା ଫଳରେ ଯବାନଙ୍କ ଗୁଳିରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। ଜଙ୍ଗଲରେ ଆହୁରି ନକ୍ସଲମାନେ ଲୁଚି ରହିଥିବା ସୂଚନା ମିଳିଛି। ବସ୍ତର ରେଞ୍ଜର ସୁନ୍ଦରରାଜ ପି. ଇନ୍ସପେକ୍ଟ ଜେନେରାଲ ଅଫ୍ ପୋଲିସ ଏହି ସୂଚନା ଦେଇଛନ୍ତି। 

ଆସନ୍ତା ଏପ୍ରିଲ ୧୯ରେ ବିଜାପୁର ଜିଲ୍ଲା ବସ୍ତର ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଗତ କିଛି ଦିନ ହେବ ଏହି ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ବୃଦ୍ଧି ପାଇଥିଲା। ନକ୍ସଲମାନେ ବାରମ୍ବାର ଗାଁକୁ ଆସି ଗ୍ରାମବାସୀଙ୍କୁ ଧମକ ଚମକ ଦେଉଥିଲେ। ଏପରିକି ଗତକାଲି ସେହି ଅଞ୍ଚଳରେ ପୋଲିସ ଇନଫର୍ମର ସନ୍ଦେହରେ ୩ ଜଣ ଗ୍ରାମବାସୀଙ୍କୁ ନକ୍ସଲମାନେ ହତ୍ୟା କରିଥିଲେ। ଏହାପରେ ଡିଆରଜି, ସିଆରପିଏଫ୍ ୨୨୯, ଏବଂ କୋବ୍ରା ବାହିନୀ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ବୁଧବାର ସକାଳୁ ଯବାନମାନେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ପ୍ରାୟ ୨ ରୁ ୩ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା।  



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.