ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ

ପଦ୍ମପୁର ୨୬/୦୨: ମାଟ୍ରିକ୍ ପରୀକ୍ଷା ବେଳେ ଅସଦାଚରଣ । କପି ଚେକିଂ ଆଳରେ ପରୀକ୍ଷାର୍ଥିଙ୍କ ଶରୀରର ସମ୍ବେଦନଶୀଳ ସ୍ଥାନରେ ଶିକ୍ଷକ ହାତ ମାରୁଛନ୍ତି । ଏଭିଳି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡରୁ । ମେଲଛାମୁଣ୍ଡା ସରକାରୀ ଇଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ବିରଜାମ, ସନିମାଲ, ବିଜାପାଲି ଓ ସାଲେପାଲି ଉଚ୍ଚ ବିଦ୍ୟାଳୟର ପରୀକ୍ଷାର୍ଥୀଙ୍କୁ ଶିକ୍ଷକମାନେ କିପି ଚେକିଂ କରିବାକୁ କହି ଡ୍ରେସ୍ କାଢ଼ି ଦେଉଛନ୍ତି । ଏନେଇ ମେଲଛାମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ସେପଟେ ଥାନା ଅଧିକାରୀ ପିଲାଙ୍କୁ ବୁଝାସୁଝା ପ୍ରଥମେ ପରୀକ୍ଷା ଦିଆ ବୋଲି କହିଥିଲେ । ପରୀକ୍ଷା ପରେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ତଦନ୍ତ କରାଯିବ ଏବଂ ତଦନ୍ତରେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ କହିଥିଲେ । ଏହା ପରେ ଶତାଧିକ ଛାତ୍ରଛାତ୍ରୀ ପରୀକ୍ଷା ସେଣ୍ଟରକୁ ଯାଇ ଗଣିତ ପରୀକ୍ଷା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.