ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା, ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା

ଭୁବନେଶ୍ବର,୧୨/୨ :  ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା । ଦଳ କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ଶୁଭାଶିଷ ଖୁଣ୍ଟିଆକୁ ରାଜ୍ୟସଭା ପ୍ରାର୍ଥୀ କରିଛି। ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖନୀୟ ଓଡ଼ିଶାରୁ ରାଜ୍ୟସଭାର ୩ଟି ଆସନ ଖାଲି ପଡିଛି। ଦଳ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଆଉ ଗୋଟିଏ ବାକି ରହିଛି। 

ଏପ୍ରିଲ ୩ ତାରିଖରେ  ରାଜ୍ୟର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି । ରାଜ୍ୟ ବିଧାନସଭା ସଂଖ୍ୟା ଗଣିତ କହୁଛି ୩ଟି ଯାକ ଆସନ ବିଜେଡି ହାତକୁ ଯିବା ସ୍ପଷ୍ଟ । ତେବେ ବିଜେଡିର ଆଜି ଦୁଇ ଜଣଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି।  ଦୁଇ ଥର କଟକ ବାରବାଟୀ ବିଧାନସଭା ନିର୍ବାଚନ ଜିତିଥିବା ଦେବାଶିଷ ସାମନ୍ତରାୟଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ କରିଛି। ଆଉ ଶୁଭାଷିଶ ଖୁଣ୍ଟିଆକୁ ଦଳ ସଂସଦର ଉଚ୍ଚସଦନକୁ ପଠାଇବ। ଦୁଇ ନାଁ ରାଜ୍ୟସଭା ପ୍ରାର୍ଥୀ ରେସ୍‌ରେ ନ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ରାଜନୈତିକ ବିଶେଷଜ୍ଞଙ୍କୁ ଚକିତ କରିଛି।

ଫେବୃଆରୀ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନାମାଙ୍କନ ଶେଷ ତାରିଖ ରହିଛି ଫେବ୍ରୁଆରୀ ୧୫ ତାରିଖ । ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି । ଯଦି ପ୍ରତିଦ୍ବନ୍ଦ୍ବିତା ହୁଏ ତାହେଲେ  ଫେବ୍ରୁଆରୀ ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ଭିତରେ ମତଦାନ ହେବ । ସେହିଦିନ ସଂଧ୍ୟା ୫ଟା ରେ ରେଜଲ୍ଟ ପ୍ରକାଶ ପାଇବ । 

ପ୍ରକାଶ ଯେ, ଆଗକୁ ନିର୍ବାଚନ ଥିବାରୁ କଟକ ଜିଲ୍ଲାରେ ସଂଗଠନକୁ ସୁଦୃଢ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ରାଜନୈତିକ ମହଲରେ ଏବେ ଚର୍ଚ୍ଚା ହେଉଛି । କଟକ ଜିଲ୍ଲାର ଗୁରୁ ଦାୟିତ୍ବ ମଧ୍ୟ ତାଙ୍କ ଉପରେ ନ୍ୟସ୍ତ ହୋଇଛି । ସେହିଭଳି ଯଦି ଦେଖିବା ଶୁଭାଶିଷ ଖୁଣ୍ଟିଆଙ୍କ କଥା ତେବେ‌ ଆମେ ନିଶ୍ଚିତ ଭାବେ କହିପାରିବା କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଚେହେରାଙ୍କୁ ଗୁରୁତ୍ବ ଦେଇଛନ୍ତି । ଶୁଭାଶିଷ ପୁରୀ ଜିଲ୍ଲାର ହୋଇଥିବାବେଳେ ସେଠାରେ ମଧ୍ୟ ସେ ବହୁ ଗୁରୁ ଦାୟିତ୍ବ ନିଭାଉଛନ୍ତି । ଏହାସହ ସେ ରାଜ୍ୟ ଯୁବ ବିଜେଡି ଉପସଭାପତି ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଫୋକସ ଯୁବକମାନଙ୍କ ଉପରେ ଥିବା କୁହାଯାଉଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.