ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ଆସିଷ୍ଟାଣ୍ଟ କଲେକ୍ଟର ଡେଥ୍‌ ମିଷ୍ଟ୍ରି : ସୁସ୍ମିତା ମିଞ୍ଜଙ୍କ ମୋବାଇଲ୍‌ରୁ ମିଳିଛି ନୂଆ ସୁରାକ୍‌ ! ଘଟଣା ଉପରୁ ହଟିପାରେ ପରଦା

ରାଉରକେଲା,୧୧/୧୧: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର  ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ (୩୫)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ  ଦାୟିତ୍ୱ ପୁଲିସ୍‌ ବିଭାଗର ମାନବଧିକାର ସୁରକ୍ଷା ସେଲ୍‌(ଏଚ୍‌ଆରପିସି) ନେବା  ପରେ ସବୁ ଦିଗରୁ ଯାଞ୍ଚ ଆରମ୍ଭ କରିଥିଲା । ଏବେ ଆସିଷ୍ଟାଣ୍ଟ  କଲେକ୍ଟରଙ୍କ ମୋବାଇଲ୍‌ରୁ ମିଳିଛି ନୂଆ ସୁରାକ୍‌ । ସେହି ସୁରାକ୍‌ ଆଧାର କରି ଯାଞ୍ଚ  ପ୍ରକ୍ରିୟା ଆଗଉଥିବା ସେହି ସେଲ୍‌ର ଡିଏସ୍‌ପି ବନିତା ମାଝି କହିଛନ୍ତି ।

ମିଳିଥିବା  ସୂଚନା ଅନୁସାରେ, ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ଆସିଷ୍ଟାଣ୍ଟ କଲେକ୍ଟରଙ୍କ  ମୋବାଇଲ୍‌ ଭୁବନେଶ୍ୱରକୁ ପଠାଯାଇଥିଲା । ସେଠାରେ ମୋବାଇଲ୍‌ର ମେସେ୍‌ଜ୍‌,  ହ୍ୱାଟ୍ସଆପ୍‌, ଇନ୍‌ଷ୍ଟାଗ୍ରାମ ଏବଂ ଫେସ୍‌ବୁକ୍‌ର ତନାଘନା କରାଯାଇଥିଲା । ସେଥିରୁ କିଛି  ସୁରାକ୍‌ ପୁଲିସ୍‌ର ହସ୍ତଗତ ହୋଇଥିବା ଜଣାପଡ଼ିଛି । ସେହିସବୁ ସୁରାକ୍‌ରୁ ଏହି ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଏଚ୍‌ଆରପିସି ଟିମ୍‌ ଆଶା ବାନ୍ଧିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.