ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାରମ୍ପରିକ ନୃତ୍ୟ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜଙ୍ଗଲ ନିଆଁ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡ଼ା, ୨୭/୦୨ : ବନାଗ୍ନୀ ରୋକିବାକୁ ଖରା ଦିନ ପୂର୍ଵରୁ ସଜାଗ ହେଉଛି ବନ ବିଭାଗ। ବାନାଗ୍ନୀ ନିରାକରଣ ପାଇଁ ଫିରିଙ୍ଗିଆରେ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ଆଞ୍ଚଳିକ ଭାଷା ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ଡିଏଫଓ ପ୍ରଶାନ୍ତ କୁମାର ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର କୁମାର ପାତ୍ରଙ୍କ ନେତୃତ୍ଵରେ ଫିରିଙ୍ଗିଆ ସେକ୍ସନ ଓ ଫିରିଙ୍ଗିଆ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ବନ ସଂରକ୍ଷକ ମଳୟ ରଞ୍ଜନ କାଲୋ, ବନପାଳ ପ୍ରବୀଣ କୁମାର ଦାସ, ବନପାଳ ବ୍ରଜ ସୁନ୍ଦର ଦାସ, ବନପାଳ ଦିଲ୍ଲିପ ବିଶ୍ଵୋଇ, ବନପାଳ ସନ୍ତୋଷ ସାହୁ, ବନରଖି ସୁଜିତ୍ କୁମାର ପ୍ରଧାନଙ୍କ ସମେତ ସମସ୍ତ ବନପାଳ ବନରକ୍ଷୀ ଉପସ୍ଥିତ ଥିଲେ। 

ସୂଚନାନୁଯାୟୀ, ଫିରିଙ୍ଗିଆ ନର୍ସରୀ ଠାରୁ ଫିରିଙ୍ଗିଆ ବଜାର ପର୍ଯ୍ୟନ୍ତ ସଚେତନତା ପଦଯାତ୍ରା ସହ ସଚେତନତା ସଭା ଅନୁଷ୍ଠିତ ହେବା ସହିତ ଜଙ୍ଗଲ ନିଆଁ ନିରାକରଣ, ପୋଡୁଚାଷରୁ ନିବୃତ ବେଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବନ ସୁରକ୍ଷା ସମିତିର ସଦସ୍ୟ ସମେତ ପାଞ୍ଚ ଶହରୁ ଉର୍ଦ୍ଧ୍ଵ ଗ୍ରାମବାସୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ। 

କାର୍ଯ୍ୟକ୍ରମରେ ଫାୟାର ସ୍କ୍ଵାର୍ଡ ସହଯୋଗ କରିଥିଲେ। ଯୁବ ନାଟ୍ୟକାର ତଥା ପ୍ରମୋଦ କୁମାର ଦଣ୍ଡସେନାଙ୍କ ରଚିତ ପଥପ୍ରନ୍ତ ନାଟକ କନ୍ଧମାଳ କଳା ବିକାଶ କେନ୍ଦ୍ରର କଳାକାରମାନଙ୍କ ଗୀତ ନୃତ୍ୟ ନିଖୁଣ ଅଭିନୟ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଥିଲେ। ଆଞ୍ଚଳିକ ଭାଷାରେ ଜନ ସଚେତନତା କରି ଲୋକକୁ ସଚେତନତାର ବାର୍ତ୍ତା ଦେଇଥିଲେ। ଉପସ୍ଥିତ ଦର୍ଶକ ଓ ଗ୍ରାମବାସୀମାନେ ପଥପ୍ରାନ୍ତ ନାଟକ କାର୍ଯକ୍ରମ ଜରିଆରେ ସଚେତନ ହୋଇଥିବା ପ୍ରକାଶ କରିଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.