ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଶାଳ ରାଲି, ଦମ୍‌ ଦେଖାଇଲେ ବାଇଁଆ...

ଭୁବନେଶ୍ୱର, ୦୪/୦୩ : ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡି ନେତୃତ୍ୱ ବିରୋଧରେ କୁହୁଳୁଥିବା ନିଆଁ ବିସ୍ଫୋରକ ରୂପ ନେଇଛି । ନିର୍ବାଚନ ପୂର୍ବରୁ ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜ୍ୟ ସମ୍ପାଦକ ତଥା କର୍ପୋରେଟର ଅମରେଶ ଜେନା (ବାଇଁଆ ) ଏକ ବନ୍ଧୁମିଳନ ଡାକିଥିଲେ । ଏଥିରେ ବିଜେଡି ସାଧାରଣ କର୍ମୀଙ୍କ ଭୀଷଣ ରୂପ ଦେଖିବାକୁ ମିଳିଥିଲା । ସେମାନେ ଗୋଟିଏ ସ୍ୱରରେ କହିଥିଲେ, ମଧ୍ୟରେ ବିକାଶ ପଛାଇ ଯାଇଛି, ଠିକଣା ନେତୃତ୍ୱ କେବଳ ବାଇଁଆ ନେଇ ପାରିବେ । ତାଙ୍କୁ ଟିକେଟ ମିଳୁ । ପଛରେ ଆମେ ଠିଆ ହେବୁ । କଳ୍ପନା ବିର୍ଲା ଗେଷ୍ଟ ହାଉସ ନିକଟରେ ଏହି ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା । ଏକ ବିଶାଳ ବାଇକ୍‌ ରାଲିରେ ହଜାର ହଜାର ବିଜେଡି ସମର୍ଥକ ବାହାରି ସଭାସ୍ଥଳରେ ପହଞ୍ଚିଥିଲେ । ଏଥିରେ ଯୁବ, ଛାତ୍ର, ମହିଳା, ବିଭିନ୍ନ ସମାଜିକ ସଂଗଠନ ସହ ପୂର୍ବତନ ମେୟର ଓ କର୍ପୋରେଟର ସାମିଲ ହୋଇଥିଲେ । ସମସ୍ତେ ଗୋଟିଏ ଗୋଟିଏ ସ୍ୱରରେ କହିଥିଲେ ଯେ, ଏଥର ମଧ୍ୟ ଭୁବନେଶ୍ୱରରୁ ବାଇଁଆ । ତାଙ୍କ ପ୍ରତି ଅକୁଣ୍ଠ ଜନସମର୍ଥନ ରହିଛି । ଲୋକଙ୍କ ସୁଖ ଦୁଃଖରେ ଠିଆ ହୋଇଛନ୍ତି, ତେଣୁ ମଧ୍ୟରୁ ତାଙ୍କୁ ଟିକେଟ୍‌ ମିଳୁ । 

ଏହି ଅବସରରେ ବାଇଁଆ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ “ନୂତନ ଓଡ଼ିଶା’ ଗଠନ ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଗାଁ-ଗଣ୍ଡାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସବୁଠି ବିକାଶ କରିବାକୁ ନୂଆ ନୂଆ ଯୋଜନା କରୁଛନ୍ତି । ହେଲେ କିଛି ନ୍ୟସ୍ତସ୍ୱାର୍ଥ ନେତା ଏଥିରେ ବାଧକ ସାଜୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ଗୋଡ ଟାଣୁଛନ୍ତି । ତେବେ ଏଣିକି ଯେଉଁମାନେ ବିକାଶରେ ବାଧକ ସାଜିବେ, ସେମାନଙ୍କୁ ଉଚିତ ଜବାବ ଦିଆଯିବ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ପ୍ରଥମ ମେୟର ମିହିର ମହାନ୍ତି ସଭାପତିତ୍ୱ କରି କହିଥିଲେ, ଦେଶ ତଥା ରାଜ୍ୟକୁ ବିକାଶ କରିବାକୁ ହେଲେ ଆମକୁ ଯୁବନେତୃତ୍ୱର ଆବଶ୍ୟକତା ରହିଛି । ଏହି କ୍ରମରେ ଭୁବନେଶ୍ୱର ମଧ୍ୟ ଆସନ ଲାଗି ବାଇଁଆ ହିଁ ଆମ ପାଇଁ ଏକମାତ୍ର ବିକଳ୍ପ । ତେଣୁ ଆଜି ଏଠାରେ ଉପସ୍ଥିତ ଥିବା ସମସ୍ତ ବନ୍ଧୁମାନେ ନୂଆ ସଂକଳ୍ପ ନେଇ ବାଇଁଆକୁ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି । 

ଭୋଟ୍‌ ପାଖେଇ ଆସୁଥିବା ବେଳେ ବନ୍ଧୁମିଳନକୁ ହାଇକମାଣ୍ଡ ଗୁରୁତ୍ୱର ସହ ନେବେ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟର ସମସ୍ତ ୧୯ଟି ୱାର୍ଡ ସହ ଏକାମ୍ର କ୍ଷେତ୍ରରୁ ଶହ ଶହ ସମର୍ଥକ ଓ ନେତା ଯୋଗ ଦେଇଥିଲେ । ଏଥିରେ ବିଜେଡି ଭୁବନେଶ୍ୱର କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ମହାସୂପକାର, ପୂର୍ବତନ ମେୟର ମିହିର ମହାନ୍ତି, ରାଜ୍ୟ ସରକାରଙ୍କ ଜାଗା ମିଶନ ଆଡଭାଇଜର ଶାଶ୍ୱତୀ ମିଶ,୍ର ପୂର୍ବତନ କର୍ପୋରେଟର ଉମାନାଥ ମିଶ୍ର, ନରେନ୍‌ ସାହୁ, ମଣ୍ଟୁ ନନ୍ଦ, କିଶୋର ମହାନ୍ତି, ଗୁରୁଚରଣ ସାହୁ, ରାମ ପ୍ରଧାନ, ମଞ୍ଜୁଲତା ପ୍ରଧାନ, ମମତା ସାହୁ, ଅକ୍ଷୟ ପ୍ରାସାଦ ବେହେରା, ସୁଶାନ୍ତ ସାହୁ, ରବି କୁମାର, ସଂଯୁକ୍ତା ଜେନା, ୱି ଫର୍‌ ଭୁବନେଶ୍ୱରର ସମସ୍ତ କର୍ମକର୍ତ୍ତା ସମେତ ବିଜୁ ଯୁବ ଛାତ୍ର ମହିଳା ଜନତା ଦଳର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.