ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ବିଜେପିର ନିର୍ବାଚନୀ କସରତ: ୭ରେ ମୋଦିଙ୍କୁ ଶୁଣିବେ ଅଢ଼େଇ ଲକ୍ଷ ମହିଳା

Published By : Prameya | February 25, 2024 11:42 AM

ଭୁବନେଶ୍ୱର,୨୫/୦୨: ନିର୍ବାଚନ  ପାଇଁ ବିଜେପି ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଆୟୋଜିତ ନାରୀ ଶକ୍ତି  ବନ୍ଦନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।  

ପଶ୍ଚିମବଙ୍ଗର ସନ୍ଦେଶଖଲିରୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍‌ରେ ମହିଳାଙ୍କୁ ସମ୍ବୋଧିତ  କରିବେ । ଓଡ଼ିଶାର ପ୍ରାୟ ଅଢ଼େଇ ଲକ୍ଷ ମହିଳାଙ୍କୁ ଏଥିରେ ସାମିଲ କରିବାକୁ ବିଜେପି ଯୋଜନା କରିଛି । ଜିଲ୍ଲା ପରିଷଦ ଜୋନ୍‌ ସ୍ତରରେ ଏହି କାର୍ଯ୍ୟକ୍ରମ ହେବ । ପ୍ରତି ଜୋନ୍‌ରେ ୫୦୦  ମହିଳାଙ୍କୁ ସାମିଲ ପାଇଁ ଯୋଜନା ହୋଇଛି ।  ଉଜ୍ଜ୍ୱଳା ଯୋଜନା, ମହିଳାଙ୍କ ସଶକ୍ତୀକରଣ  ପାଇଁ ନିଆଯାଉଥିବା ପଦକ୍ଷେପ, ମହିଳାଙ୍କ ପାଇଁ ସଂସଦରେ ୩୩% ସଂରକ୍ଷଣ, ଲକ୍ଷପତି ଦିଦି ପାଇଁ ହେଉଥିବା  କାର୍ଯ୍ୟକ୍ରମ ଓ ମହିଳା ସ୍ୱୟଂସହାୟକ  ଗୋଷ୍ଠୀ ଜରିଆରେ ମହିଳାଙ୍କ ସ୍ୱାବଲମ୍ବୀ  ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ସମ୍ବୋଧନ ରଖିବେ । 

ମହିଳାଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ବଖାଣିବେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସବୁ ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି ଶକ୍ତି ବନ୍ଦନ କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମନ୍ତିନୀ ଜେନା ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.