ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ବର୍ଣ୍ଣାଡ ଅର୍ଣ୍ଣଲ୍ଟ ବିଶ୍ୱର ୧ ନମ୍ବର ଧନୀ, ଦ୍ୱିତୀୟ ସ୍ଥାନକୁ ଖସିଲେ ଏଲନ ମସ୍କ: ୧୧ରେ ମୁକେଶ ଅମ୍ବାନି, ୧୬ରେ ଆଦାନି

Published By : Prameya | January 29, 2024 11:49 AM

ନୂଆଦିଲ୍ଲୀ,୨୯/୦୧: ଫ୍ରାନ୍ସ  ବିଲିୟନେୟାର ତଥା ଲୁଇ ବିତା  ମୋଏତ ହେନିସି (ଏଲ୍‌ଭିଏମ୍‌ଏଚ୍‌) ର ସିଇଓ ବର୍ଣ୍ଣାଡ୍‌ ଅର୍ଣ୍ଣଲ୍ଟ ବିଶ୍ୱର ୧  ନମ୍ବର ଧନୀ ବ୍ୟକ୍ତି ପାଲଟିଛନ୍ତି । ସେ  ଏଲନ ମସ୍କଙ୍କୁ ଟପି ଏହି ସ୍ଥାନ ହାସଲ  କରିଛନ୍ତି । ଟେସ୍‌ଲା ସେୟାର ହ୍ରାସ ଯୋଗୁ  ମସ୍କଙ୍କ ସମ୍ପତ୍ତି କମିଛି । ଫୋର୍ବସ ପକ୍ଷରୁ  ପ୍ରକାଶିତ ରିୟଲ ଟାଇମ୍‌ ବିଲିୟନେୟାର  ସୂଚୀ ମୁତାବକ, ଅର୍ଣ୍ଣଲ୍ଟଙ୍କ ନିକଟରେ  ୨୦୭ ବିଲିୟନ ଡଲାର (୧୭.୨୦ ଲକ୍ଷ  କୋଟି) ଟଙ୍କାର ସମ୍ପତ୍ତି ରହିଛି । ମସ୍କଙ୍କ  ନିକଟରେ ରହିଛି ୨୦୪ ବିଲିୟନ ଡଲାର  (୧୬.୯୬ ଲକ୍ଷ କୋଟି)ର ସମ୍ପତ୍ତି ।  ସେହିଭଳି ତୃତୀୟ ସ୍ଥାନରେ ଥିବା  ଆମାଜନ ସିଇଓ ଜେଫ ବେଜୋସଙ୍କ  ନିକଟରେ ରହିଛି ୧୫.୦୪ ଲକ୍ଷ କୋଟି  ଟଙ୍କାର ସମ୍ପତ୍ତି ।

ଏହି ତାଲିକାର ଟପ୍‌ ୧୦ରେ  ଭାରତର କୌଣସି ବିଲିୟନେୟାର  ନାହାନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ  ମୁକେଶ ଅମ୍ବାନି ୧୦୪ ବିଲିୟନ ଡଲାର  (୮.୬୪ ଲକ୍ଷ କୋଟି) ସମ୍ପତ୍ତି ସହ  ୧୧ ତମ ସ୍ଥାନରେ ଅଛନ୍ତି । ତାଲିକାର  ୧୬ ତମ ସ୍ଥାନରେ ଅଛନ୍ତି ଗୌତମ  ଆଦାନି । ଆଦାନିଙ୍କ ନିକଟରେ ୭୫  ବିଲିୟନ ଡଲାର (୬.୨୩ ଲକ୍ଷ କୋଟି) ର ସମ୍ପତ୍ତି ରହିଛି । ଚଳିତ ବର୍ଷ ଏଲନ  ମସ୍କଙ୍କ ଟେସଲା ଷ୍ଟକ ପ୍ରାୟ ୨୬% ହ୍ରାସ  ହୋଇଛି । ଏହା ଜାନୁଆରୀ ପହିଲାରେ  ୨୪୮.୪୨ ଡଲାର ଥିବା ବେଳେ  ୧୮୩.୨୫ ଡଲାରକୁ ଖସିଛି । ସେହିଭଳି  ଏଲ୍‌ଭିଏମ୍‌ଏଚ୍‌ ସେୟାର ଚଳିତ ବର୍ଷ  ୭% ବୃଦ୍ଧି ହୋଇଛି ।  

ବର୍ଣ୍ଣାଡ୍‌ ଅର୍ଣ୍ଣଲ୍ଟଙ୍କୁ ଆଧୁନିକ ଫ୍ୟାଶନ  ଶିଳ୍ପର ଗଡ୍‌ ଫାଦର ବୋଲି ବିବେଚନା  କରାଯାଇଥାଏ । ବିଶ୍ୱର ସବୁଠୁ ବଡ଼ ଫ୍ୟାଶନ ଗ୍ରୁପ ଏଲ୍‌ଭିଏମ୍‌ଏଚ୍‌ର ସେ  ପ୍ରତିଷ୍ଠାତା, ଅଧ୍ୟକ୍ଷ ଏବଂ ସବୁଠାରୁ ବଡ  ଅଂଶୀଦାର । ବର୍ଣ୍ଣାଡଙ୍କ ଗ୍ରୁପର ବଜାର ପୁଞ୍ଜିକରଣ ତାଙ୍କ ନିକଟସ୍ଥ ପ୍ରତିଦ୍ୱନ୍ଦୀ  କେରିଙ୍ଗଠାରୁ ପ୍ରାୟ ୪ ଗୁଣ ଅଧିକ ।  ଏଲ୍‌ଭିଏମ୍‌ଏଚ୍‌ର ୬୦ ସହାୟକ କମ୍ପାନି  ଏବଂ ୭୫ ଲକଜ୍ୟୁରୀ ବ୍ରାଣ୍ଡ୍‌ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.