ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ, ICUରେ ଭର୍ତ୍ତି

ଭୋଗରାଇ, ୧୯/୦୨: ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ । ବୟସାଧିକ କାରଣରୁ ସେ କିଛି ଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସାଧିନ ଥିଲେ । ରବିବାର ସନ୍ଧ୍ୟାରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ବାଲେଶ୍ୱର ଫକୀରମୋହନ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏବେ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି।

ସୂଚନାନୁଯାୟୀ, ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ ଅଛନ୍ତି। ଏହା ପୂର୍ବରୁ ସେ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ସେ ହସ୍ପିଟାଲରୁ ଡିସଚାର୍ଡ ହୋଇଥିଲେ । 

୨୦୦୪ ନିର୍ବାଚନରୁ ଲଗାତର ଭାବେ ଅନନ୍ତ ଦାସ ଏହି ଆସନରୁ ଜିତି ଆସୁଛନ୍ତି । ବିଜେଡିର ଜଣେ ପୁରୁଖା ନେତା ଭାବେ ସେ ବେଶ୍‌ ଜଣାଶୁଣା । ପୂର୍ବରୁ ନବୀନ ପଟ୍ଟାନୟକଙ୍କ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.