ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଚଣ୍ଡୀପୁଟରେ ଗୁଳିକାଣ୍ଡ: ମହିଳାଙ୍କ ହାତରେ ବାଜିଲା ଗୁଳି, ବନ୍ଧୁକ ସହ ଜେଲ୍‌ ଫେରନ୍ତା ଫେରାର୍‌

ପୁରୀ,୩୦/୧୧: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ଚଣ୍ଡୀପୁଟ ଗ୍ରାମରେ ଗୁଳିକାଣ୍ଡ ଘଟିଛି । ବୁଧବାର ରାତିରେ ଜେଲ୍‌ ଫେରନ୍ତାର ଗୁଳିମାଡ଼ରେ ଗାଁର ଜଣେ ମହିଳା ଆହତ ହୋଇଛନ୍ତି । ଆହତ ମହିଳା ହେଲେ ମିଥୁନ ସାହୁଙ୍କ ପତ୍ନୀ ଝଲି ସାହୁ (୨୮) । ତାଙ୍କ ଡାହାଣ ହାତରେ ଗୁଳି ବାଜିଥିବାବେଳେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଚିକିତ୍ସା କରାଯାଇଛି । ପୁରୀରେ ରହୁଥିବା ଚଣ୍ଡୀପୁଟର ସନ୍ତୋଷ ବାରିକ ଓରଫ ସନ୍ତୁ ଏହି ଗୁଳିମାଡ଼ କରିଥିବା ସୂଚନା ମିଳିଛି । ଗୁଳିକାଣ୍ଡ ପରେ ବନ୍ଧୁକ ସହ ସନ୍ତୁ ଫେରାର୍‌ ହୋଇଯାଇଛି ।

ରାତିରେ ଗାଁର ଜୟୀ ନାୟକ ନାମକ ଜଣେ ବ୍ୟକ୍ତି ସନ୍ତୁକୁ ଗାଡ଼ି ଧକ୍କା କରିଥିଲେ । ସନ୍ତୁ ସାମାନ୍ୟ ଆହତ ହୋଇଥିଲା । ବନ୍ଧୁକ ଧରି ଜୟୀଙ୍କୁ ଖୋଜିଥିଲା ସନ୍ତୁ । ହେଲେ ଜୟୀଙ୍କୁ ପାଇ ନଥିଲା । ବନ୍ଧୁକ ଧରି ପତିଆରା ଦେଖାଉଥିବାବେଳେ ଟ୍ରିଗର୍‌ ଚିପି ଦେଇଥିଲା । ଫଳରେ ବନ୍ଧୁକରୁ ଗୁଳି ଯାଇ ସାମ୍ନାରେ ଛିଡ଼ା ହୋଇଥିବା ଝଲିଙ୍କ ହାତରେ ବାଜିଥିଲା । ଝଲିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ସ୍ଥାନୀୟ ଲୋକେ ଚପାଇ ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ବ୍ରହ୍ମଗିରି ଥାନା ଆଇଆଇସି ପରେଶ ମହାନ୍ତିଙ୍କ ପାଖରେ ଖବର ପହଞ୍ଚିଥିଲା ।   ଆଇଆଇସି ଶ୍ରୀ ମହାନ୍ତି ତତ୍‌କ୍ଷଣାତ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲେ ।

୨ଟି ଗୁଳି ଫୁଟିଥିବାବେଳେ ଗୋଟିଏ ଗୁଳି ଝଲିଙ୍କ ହାତରେ ବାଜିଥିବା କୁହାଯାଉଛି । କିନ୍ତୁ ଖୋକା ପାଇନି ପୁଲିସ । ଖୋକାକୁ ଗାଁ ଲୋକେ ଲୁଚାଇ ଦେଇଥିବା ପୁଲିସ କହିଛି । ଏପରିକି କେହି ଏତଲା ଦେଉନଥିବା କହିଛନ୍ତି ଆଇଆଇସି ଶ୍ରୀ ମହାନ୍ତି । ଗୁଳିକାଣ୍ଡ ଭଳି ଏକ ସମ୍ବେଦନଶୀଳ ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଥିବାବେଳେ ଗାଁରୁ ଖୋକା କିମ୍ବା ବନ୍ଧୁକ ସହ ସନ୍ତୁର ପତ୍ତା ନପାଇ ପୁଲିସ ହରଡ଼ ଘଣାରେ ପଡ଼ିଛି । ଯଦି ଖୋକା ନମିଳେ ତେବେ ସନ୍ତୁକୁ ସହଯୋଗ କରୁଥିବା ବ୍ୟକ୍ତିଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ବୋଲି କହିଛି ପୁଲିସ । ସନ୍ତୁ ପୁରୀରେ ରହି ବହୁ ମାମଲାରେ ଜଡ଼ିତ ଥିବାବେଳେ ବନ୍ଧୁକ ଧରି ଅଞ୍ଚଳରେ ଆତଙ୍କ ଖେଳାଉଥିଲା ବୋଲି ପୁଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.