ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ତୁଳସୀ ପାଖରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ, ନହେଲେ ରାଗିଯିବେ ମା’ ଲକ୍ଷ୍ମୀ

ଭୁବନେଶ୍ଵର, ୧୮/୦୯ : ହିନ୍ଦୁ ଧର୍ମାନୁସାରେ ବିଶ୍ୱାସ ରହିଛି ତୁଳସୀ ଗଛରେ ପ୍ରତିଦିନ ଜଳ ଚଢ଼ାଇବା ସହ ପୂଜା କରିବା ଦରକାର। ଏହାଦ୍ୱାରା ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହେବା ସହ ଘରେ ସୁଖ-ସମୃଦ୍ଧି ବାସ କରେ। ତେବେ ତୁଳସୀ ପୂଜା କରିବା ସହିତ କିଛି ଦିଗ ପ୍ରତି ଧ୍ୟାନ ଦେବା ଦରକାର । ବିଶେଷ କରି ତୁଳସୀ ଗଛ ପାଖରେ  ଏପରି କିଛି ଜିନିଷ ରଖନ୍ତୁ ନାହିଁ, ସକାରାତ୍ମକ ଶକ୍ତି  ବଦଳରେ ନକରାତ୍ମକ ଶକ୍ତି ଉତ୍ପନ୍ନ କରାଇବ । 

ସେ  ଜିନିଷଗୁଡ଼ିକ ହେଉଛି... ତୁଳସୀ ଚଉରା  ଅବା ତୁଳସୀ ଗଛ ଥିବା ସ୍ଥାନ ଯେପରି ସଫା ସୁତୁରା ରହେ । ଏହା ପାଖରେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ ନଚେତ୍‌  ନକରାତ୍ମକ ଶକ୍ତି ସୃଷ୍ଟି ହୋଇ ପରିବାରରେ ଅଶାନ୍ତି ଦେଖାଦେବ। ତୁଳସୀ ଗଛ ପାଖରେ ଝାଡୁ ରଖନ୍ତୁ ନାହିଁ । ଏହାଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହେବେ। ଚପଲ କିମ୍ବା ଜୋତା ମଧ୍ୟ ତୁଳସୀ ପାଖରେ ରଖନ୍ତୁ ନାହିଁ । କାରଣ ଏହା ମା’ ପ୍ରତି ଅପମାନଜନକ । ଏହାଦ୍ୱାରା ଘରେ ଅଶାନ୍ତି ବୃଦ୍ଧି ପାଏ । ତୁଳସୀ ଗଛ ପାଖରେ କଣ୍ଟା ଗଛ ଲଗାନ୍ତୁ ନାହିଁ । ନଚେତ୍‌ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିବ ।

  • PrameyaOdia
  • lifestyle
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.