ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଓ୍ବାର୍ଲଡ କପ୍‌ରୁ ପାକିସ୍ତାନ ଆଉଟ, ବିଜୟ ସହ ଇଂଲଣ୍ଡର ବିଶ୍ବକପ ଯାତ୍ରା ସମାପ୍ତ

Image Courtesy: espncricinfo

ପୁଣେ: ଇଂଲଣ୍ଡ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିଲେନି ପାକିସ୍ତାନୀ ବ୍ୟାଟର । ୩୩୭ ରନ୍‌ର ପିଛା କରୁଥିବା ପାକିସ୍ତାନ ଟିମ୍‌ ୨୪୪ ରନ୍‌ରେ ଅଲଆଉଟ ହୋଇଛି । ୪୩.୩ ଓଭରରେ ୧୦ ଓ୍ବିକେଟ ହରାଇ ୨୪୪ ରନ୍‌ କରିଛି ପାକିସ୍ତାନ ଟିମ୍‌ । ପାକିସ୍ତାନର ଆଘା ସଲମାନ ସର୍ବାଧିକ ୫୧ ରନ୍‌ କରିଥିବା ବେଳେ ଅନ୍ୟ ବ୍ୟାଟର କମ ରନ କରିଛନ୍ତି । ଅଧିନାୟକ ବାବର ଆଜମ ୩୮ ରନ୍‌ କରିଥିବା ବେଳେ ମହମ୍ମଦ ରିଜଓ୍ବାନ ୩୬, ସାଉଦ ଶକିଲ ୨୯, ଶାହୀନ ଆଫ୍ରିଦି ୨୫ ରନ୍‌ କରିପାରିଛନ୍ତି । ଅବଦୁଲ୍ଲା ଶଫିକ୍‌ ଖାତା ଖୋଲି ପାରିନାହାନ୍ତି । 

ସେପଟେ ଇଂଲଣ୍ଡର ଡେଭିଡ ଓ୍ବିଲି ୫୬ ରନ୍‌ ଦେଇ ୩ଟି ଓ୍ବିକେଟ ନେଇଛନ୍ତି । ତାଙ୍କ ପରେ ଆଦିଲ ରଶିଦ, ଗୁଜ ଆଟକିନସନ୍ ଏବଂ ମୋଇନ ଅଲି ୨ଟି ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି । ସେହିଭଳି କ୍ରିସ୍‌ ଓ୍ବକ୍ସ ୨୭ ରନ୍‌ ଦେଇ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି । ଆଜିର ମ୍ୟାଚ୍‌ରେ ଶୂନ ରନ୍‌ରେ ଗୋଟିଏ ଓ୍ବିକେଟ ହରାଇଥିଲା ପାକିସ୍ତାନ । ପ୍ରାୟ ୪୦ ବଲରେ ଇଂଲଣ୍ଡକୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିବାକୁ ଥିବା ପାକିସ୍ତାନ ଆଜିର ମ୍ୟାଚ୍‌ ଜିତିବାରେ ମଧ୍ୟ ଅସମର୍ଥ ହୋଇଛି । ଏହା ସହ ଓ୍ବାର୍ଲଡ କପ୍‌ରୁ ପାକିସ୍ତାନ ବିଦା ହୋଇଛି । ସେପଟେ ଇଂଲଣ୍ଡ ମଧ୍ୟ ଶେଷ ଲିଗ୍‌ ମ୍ୟାଚ୍‌ ବିଜୟ ସହ ବିଶ୍ବକପର ଯାତ୍ରା ଶେଷ କରିଛି ।                                                                                                                      

ଇଂଲଣ୍ଡ ବନାମ ପାକିସ୍ତାନ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ବିଶାଳ ରନ୍‌ ସ୍କୋର କରିଥିଲା । ଶେଷ ଲିଗ୍‌ ମ୍ୟାଚ୍‌ରେ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ଇଂଲଣ୍ଡ ୩୩୭ ରନ୍‌ କରିଥିଲା ଦଳ । ଇଂଲଣ୍ଡର ବେନ ଷ୍ଟୋକ୍ସ ସର୍ବାଧିକ ୮୪ ରନ୍‌ କରିଥିଲେ । ୭୬ ବଲରେ ୧୧ ଚୌକା ଏବଂ ୨ ଛକା ବଳରେ ସେ ଏହି ବିଶାଳ ସ୍କୋର କରିଥିଲେ । ତାଙ୍କ ପରେ ଜୋ ରୁଟ ଏବଂ ଜନି ବେୟରଷ୍ଟୋ ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ରୁଟ ଏବଂ ବେୟରଷ୍ଟୋ ଯଥାକ୍ରମେ ୬୦ ଏବଂ ୫୯ ରନ୍‌ କରିଥିଲେ । 

ଆଜିର ମ୍ୟାଚରେ ହାରିସ ରଉଫ ସର୍ବାଧିକ ୩ଟି ଓ୍ବିକେଟ ନେଇଥିଲେ । ଶାହୀନ ଆଫ୍ରିଦି ଏବଂ ମହମ୍ମଦ ଓ୍ବାସିମ ୨ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଇପ୍ତିଖାର ଅହମ୍ମଦ ଗୋଟିଏ ଓ୍ବିକେଟ ନିଜ ନାଁରେ କରିଥିଲେ । ଆଜିର ମ୍ୟାଚ୍‌ରେ ଟସ ଜିତି ବ୍ୟାଟିଂ ଲାଗି ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଅନ୍ୟପଟେ ବିଶ୍ବକପର ୪୩ ତମ ମ୍ୟାଚ୍‌ରେ ବାଂଲାଦେଶକୁ ୮ ଓ୍ବିକେଟରେ ହରାଇଛି ଅଷ୍ଟ୍ରେଲିଆ ।  

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.