ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଦିନିକିଆ ରାଙ୍କ ଜାରି କରିଛି। ଏଥିରେ ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଓପନର ଶୁଭମନ ଗିଲ୍ ଦିନିକିଆ ବ୍ୟାଟର ତାଲିକାରେ ଶୀର୍ଷକୁ ଉଠିଛନ୍ତି । ସେ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇଦେଇଛନ୍ତି । ୯୫୦ ଦିନ ଧରି ଶୀର୍ଷ ସ୍ଥାନରେ ରହିଆସିଥିଲେ ବାବର । ତେବେ ଦୁଇ ବ୍ୟାଟରଙ୍କ ମଧ୍ୟରେ ରେଟିଂ ପଏଣ୍ଟରେ ବ୍ୟବଧାନ ବହୁତ ଅଳ୍ପ ରହିଛି ।
ବାବର ଆଜମଙ୍କ ରେଟିଂ ପଏଣ୍ଟ ୮୨୪ ପଏଣ୍ଟ ଥିବା ବେଳେ ଶୁଭମନ ଗିଲଙ୍କ ପଏଣ୍ଟ ୮୩୦ ରହିଛି । ଶୁଭମନ ଗିଲ୍ ଚଳିତ ବିଶ୍ଵକପରେ ୬ଟି ଇନିଂସରେ ଦୁଇଟି ଅର୍ଦ୍ଧଶତକ ସହ ୩୬.୫୦ ହାରରେ ମୋଟ୍ ୨୧୯ ରନ କରିଛନ୍ତି । ସେହିପରି ବାବର ଆଜମ ୮ଟି ଇନିଂସରେ ୪ଟି ଅର୍ଦ୍ଧଶତକ ସହ ମୋଟ୍ ୨୮୨ ରନ କରିଛନ୍ତି । ବାବରଙ୍କ ଷ୍ଟ୍ରାଇକ୍ ରେଟ୍ ୮୨.୬୯ ରହିଥିବା ବେଳେ ଶୁଭମନ ଗିଲଙ୍କ ୯୬.୯୦ ରହିଛି।
No.1 team - India.
— Mufaddal Vohra (@mufaddal_vohra) November 8, 2023
No.1 batter - Gill.
No.1 bowler - Siraj.
No.4 batter - Kohli.
No.4 bowler - Kuldeep.
No.6 batter - Rohit.
No.8 bowler - Bumrah.
No.10 bowler - Shami.
No.10 All Rounder - Jadeja.
TEAM INDIA DOMINANCE IN ODIS...!!! 🇮🇳 pic.twitter.com/dZEFX1mHdW
ଆଇସିସି ଦିନିକିଆ ମାନ୍ୟତାରେ ବୋଲିଂରେ ମହମ୍ମଦ ସିରାଜ ଏକ ନମ୍ବର ସ୍ଥାନରେ ଅପରବର୍ତ୍ତିତ ଅଛନ୍ତି। ଦ୍ଵିତୀୟ ସ୍ଥାନରେ କେଶବ ମହାରାଜ ରହିଛନ୍ତି । ସିରାଜଙ୍କ ରେଟିଂ ପଏଣ୍ଟ ୭୦୯ ରହିଥିବା ବେଳେ କେଶବଙ୍କ ରେଟିଂ ୬୯୪ ରହିଛି । ଅଲରାଉଣ୍ଡର ମାନ୍ୟତାରେ ଶାକିବ ଅଲ ହସନ ପୂର୍ବବତ୍ତ ନିଜ ସ୍ଥାନରେ ରହିଛନ୍ତି। ଆଫଗାନିସ୍ତାନ ବିପକ୍ଷରେ ଦ୍ଵିଶତକ ଅର୍ଜନ କରିଥିବା ଗ୍ଲେନ ମ୍ୟାକ୍ସଓ୍ଵେଲ୍ ଅଲରାଉଣ୍ଡର ମାନ୍ୟତାରେ ୪ଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି ।