ନୂଆଦିଲ୍ଲୀ : ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ହମାସର ଆକ୍ରମଣର ଚିତ୍ର ପୂରା ଦୁନିଆକୁ ଦୋହରଲାଇ ଦେଇଥିଲା। ଏହି ଆକ୍ରମଣ ପରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଏକ ଭୟାବହ ରୂପ ନେଇଛି। ଏଥିରେ ଦୁଇ ପକ୍ଷରୁ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଏହି ମଧ୍ୟରେ ଇସ୍ରାଏଲର ଜଣେ ଡିପ୍ଲୋମାଟ୍ଙ୍କ ଗୁରୁତର ଅଭିଯୋଗ ଭିନ୍ନ ଏକ ବିବାଦକୁ ଡାକି ଆଣି ଆଣିଛି।
କାନାଡାରେ ଇସ୍ରାଏଲର ଡିପ୍ଲୋମାଟ୍, ଗ୍ଲୋବାଲ ନ୍ୟୁଜ୍ ଏଜେନ୍ସି ଓ ବଡ଼ ବଡ଼ ମିଡ଼ିଆ ହାଉସ୍ଙ୍କ ପାଇଁ କାମ କରୁଥିବା ଗାଜାର ଫ୍ରିଲାନ୍ସ ଫଟୋ ଜର୍ନାଲିଷ୍ଟଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଦାବି କରିଛନ୍ତି କି, ଗାଜାର ଏହି ଫଟୋ ଜର୍ନାଲିଷ୍ଟଙ୍କୁ ୭ ଅକ୍ଟୋବରରେ ହମାସ ଆକ୍ରମଣ ପୂର୍ବରୁ ସୂଚନା ଥିଲା। ଏହି ଆକ୍ରମଣରେ ହମାସ ୧୪୦୦ ଇସ୍ରାଏଲୀୟଙ୍କର ହତ୍ୟା କରି ଦେଇଥିଲେ ଏବଂ ୨୦୦ରୁ ଅଧିକ ଲୋକଙ୍କୁ ବନ୍ଧକ କରି ନେଇଥିଲେ।
ଟୋରଣ୍ଟୋ ଇସ୍ରାଏଲର କନସୁଲ୍ ଜେନେରାଲ ଇଦିତ୍ ଶମିର ଇସ୍ରାଏଲର ଏକ ମିଡ଼ିଆ ୱାଚ୍ଡଗ୍ , ଅନେଷ୍ଟ ରିପୋର୍ଟିଂ(honest reporting)ର ଏକ ରିପୋର୍ଟ ସେୟାର କରି କହିଛନ୍ତି କି, ଯେବେ ହମାସର ସୈନିକମାନେ ଇସ୍ରାଏଲର ସୀମାରେ ଆକ୍ରମଣ କଲେ। ଏହି ସମୟରେ ଏହି ଫଟୋ ଜର୍ନାଲିଷ୍ଟ ସେଠାରେ ପୂର୍ବରୁ ଉପସ୍ଥିତ ଥିଲେ। ଏଥିରେ ଏହି ସନ୍ଦେହ ବଢୁଛି କି ଏହି ସାମ୍ୱାଦିକଙ୍କୁ ୭ ଅକ୍ଟୋବର ଆକ୍ରମଣ ପୂର୍ବରୁ ହିଁ ସୂଚନା ମିଳିଥିଲା।
ଇଦିତ ଶମିର ଗାଜାର ଏହି ଦୁଇ ଫ୍ରିଲାନ୍ସ ସାମ୍ୱାଦିକଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ସାମ୍ୱାଦିକ ଗାଜା ସୀମାରେ ହମାସର ଆକ୍ରମଣକୁ କଭର କରୁଥିଲେ। ଏଥିରୁ ଗୋଟିଏ ଫଟୋରେ ଗାଜାର ସ୍ଥାନୀୟ ସାମ୍ୱାଦିକ ହସନ ଇସ୍ଲିୟାହଙ୍କୁ ହମାସ ମୁଖ୍ୟ ୟାହୟା ସିନୱାର କିସ୍ କରୁଥିବାର ଦେଖା ଯାଇ ପାରେ।
କହି ରଖୁଛୁ କି, ଅନେଷ୍ଟ ରିପୋର୍ଟିଂ(honest reporting) ର ରିପୋର୍ଟରେ ୬ଜଣ ଫ୍ରିଲାନ୍ସ ଫଟୋଜର୍ନାଲିଷ୍ଟଙ୍କର ଚିହ୍ନଟ କରାଯାଇଛି। ଯାହାଙ୍କର ନାମ ହେଉଛି – ହସନ ଇସ୍ଲିୟାହ ,ୟୁସୁଫ ମସୁଦ , ଅଲୀ ମହମୁଦ , ହାତେମ ଅଲୀ , ମହମ୍ମଦ ଫାକେ ଅବୁ ମୁସ୍ତାଫା ଓ ୟାସେର କ୍ୟୁଦିହ। ଏସବୁ ଫଟୋ ଜର୍ନାଲିଷ୍ଟ ୭ ଅକ୍ଟୋବରରେ ଇସ୍ରାଏଲରେ ହମାସର ଆକ୍ରମଣ ବେଳେ ସେଠାରେ ଉପସ୍ଥିତ ଥିଲେ। ଏହି ଫ୍ରିଲାନ୍ସ ଜର୍ନାଲିଷ୍ଟ ରୟଟର୍ସ, ଦ ଆସୋସିଏଟେଡ୍ ପ୍ରେସ (ଏପି) ଓ ଦ ନ୍ୟୁୟର୍କ ଟାଇମ୍ସ ପାଇଁ କାମ କରୁଥିଲେ। ସେ ୭ ଅକ୍ଟୋବରରେ ହମାସର ସୈନିକଙ୍କ ଦ୍ୱାରା ଇସ୍ରାଏଲୀୟ ଟ୍ୟାଙ୍କ୍ଙ୍କୁ ଜଳାଇବା , ଇସ୍ରାଏଲୀୟଙ୍କୁ ବନ୍ଧକ ରଖିବା ଓ ଶବ ଗୁଡ଼ିକୁ ନେବାର ଫଟୋ ବି ଉଠାଇ ଥିଲେ।
Shocking exposé by @HonestReporting: Photographers working for AP, Reuters, NY Times and CNN were embedded with Hamas on the Oct 7th massacre. Did they know about the attack beforehand?!
— Consul General Idit Shamir (@ShamirIdit) November 9, 2023
Gazan freelance journalist Hassan Eslaiah whom both AP & CNN used on Oct. 7.
Here he is… pic.twitter.com/T73dMrzlbv
ଏହା ପୂର୍ବରୁ ସୋସିଆଲ ମିଡ଼ିଆରେ ଏହି ଫ୍ରିଲାନ୍ସ ସାମ୍ୱାଦିକଙ୍କ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ ଭାଇରାଲ ହୋଇଥିଲା, ଯାହା ପରେ ଡିଲିଟ୍ କରିଦିଆ ଯାଇଥିଲା।
ସେପଟେ ରୟଟର୍ସ ମୁତାବିକ honest reportingର ଆର୍ଟିକଲରେ କୁହାଯାଇଛି କି, ରୟଟର୍ସର କୌଣସି ବି ଷ୍ଟାଫ୍ ଜର୍ନାଲିଷ୍ଟ ଗାଜାରେ ଏହି ସମୟରେ ଉପସ୍ଥିତ ନଥିଲେ । ରୟଟର୍ସ ସାରା ବିଶ୍ୱରେ ନିରପେକ୍ଷ ଓ ସଠିକ୍ ସାମ୍ୱାଦିକତାକୁ ନେଇ ପ୍ରତିବଦ୍ଧ ଓ ନିଜର ମୂଲ୍ୟବୋଧ ସହ ଜଡ଼ିତ ।