ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ତେଲଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ିବେନି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଭଉଣୀ ଶର୍ମିଳା

ହାଇଦ୍ରାବାଦ, ୦୩/୧୧: ନଭେମ୍ବର ୩୦ ତାରିଖରେ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ ରେଡ୍ଡୀଙ୍କ ଭଉଣୀ ୱାଇ.ଏସ୍ ଶର୍ମିଳା କହିଛନ୍ତି ସେ ନିର୍ବାଚନ ଲଢ଼ିବେ ନାହିଁ । ବିଧାନସଭା ନିର୍ବାଚନରେ ଶର୍ମିଳା ପ୍ରାର୍ଥୀ ନ ହେବା ନେଇ ଯୁକ୍ତି ରଖିଛନ୍ତି । କହିଛନ୍ତି, ସେ ଲଢ଼ିବା ପରିବର୍ତ୍ତେ କଂଗ୍ରେସକୁ ସମର୍ଥନ କରିବେ ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ ମୋହନ ରେଡ୍ଡୀଙ୍କ ସାନ ଭଉଣୀ ହେଉଛନ୍ତି ଶର୍ମିଳା । ସେ କହିଛନ୍ତି, ନିର୍ବାଚନରେ ସେ କଂଗ୍ରେସକୁ ସମର୍ଥନ କରିବେ । ନିଜେ ଲଢ଼ିଲେ ଭୋଟ୍ ଭାଗ ହୋଇଯିବାକ ଆଶଙ୍କା ରହିଛି । ଯାହାକି ପରୋକ୍ଷରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଲାଭ ଦେବ ।

ହେଜବୁଲ୍ଲାହକୁ ଅତ୍ୟାଧୁନିକ ମିସାଇଲ୍ ଦେଇପାରେ ଋଷିଆର ୱାଗନର ଗ୍ରୁପ୍

ଏବେ ତେଲଙ୍ଗାନାରେ କେସିଆରଙ୍କ ବିଆରଏସ୍ ସରକାରରେ ରହିଛି । ତେଲଙ୍ଗାନାରେ ବିଆରଏସକୁ ହରାଇବା ଲାଗି ୱାଇଏସ୍ଆର୍ ତେଲଙ୍ଗାନା ବଡ଼ ନିଷ୍ପତ୍ତି ନେଇଛି । ଦଳ ଭାବୁଛି, କଂଗ୍ରେସ ତେଲଙ୍ଗାନାରେ ବିଜୟୀ ହେବ । ତେଣୁ ଜିତିବା ସମ୍ଭାବନାକୁ ଅଧିକ କରିବା ଲାଗି ଏଭଳି ନିଷ୍ପତ୍ତି ନିଆ ଯାଇଥିବା କହିଛନ୍ତି ଶର୍ମିଳା । ରାଜ୍ୟର ହିତ ଓ ସ୍ୱାର୍ଥ ଦୃଷ୍ଟିରୁ ଦଳ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ଅନେକ ସର୍ଭେ ଓ ଗ୍ରାଉଣ୍ଡ ରିପୋର୍ଟରୁ ଜଣାପଡ଼ିଥିଲା ୱାଇଏସ୍ଆର୍ ନିର୍ବାଚନ ଲଢ଼ିଲେ ତେଲଙ୍ଗାନାରେ ଅନେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭୋଟ ଭାଗ ହୋଇପାରେ । ଫଳରେ ୱାଇଏସ୍ଆର୍ ତେଲଙ୍ଗାନା ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । 

କଙ୍ଗନା ଦେଲେ ଖୋଲା ସଂକେତ, ‘ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଲେ ଲଢ଼ିବି ଲୋକସଭା ନିର୍ବାଚନ’

ନଭେମ୍ବର ୩୦ରେ ଗୋଟିଏ ପର୍ଯ୍ୟାୟରେ ତେଲଙ୍ଗାନାରେ ମତଦାନ ହେବାକୁ ଥିବା ବେଳେ ଡିସେମ୍ବର ୩ରେ ମତଗଣନା କରାଯାଇ ଫଳାଫଳ ବାହାରିବ । ସେପ୍ଟେମ୍ବରରେ ୱାଇ.ଏସ୍ ଶର୍ମିଳା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ୍ ଗାନ୍ଧୀଙ୍କୁ ଭେଟିଥିଲେ । କୁହାଯାଇଛି, ଏହି ଭେଟ୍ ପରେ ୱାଇଏସ୍ଆର୍ ଏଭଳି ନିଷ୍ପତ୍ତି ନେଇଛି ।

Copyright © 2022 - Summa Real Media Private Limited. All Rights Reserved.