ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାଲୁ ମୁହଁରୁ ଫେରିଲା ଜୀବନ, ଦୁର୍ଘଟଣାରେ ପଡିଯାଇଥିବା ଟଙ୍କା ବି ଫେରିପାଇଲେ...

ନିଳଗିରି ୧୩/୦୨: ସନ୍ଧ୍ୟା ପ୍ରାୟ ସାଢେ଼ ସାତଟା । ନିଳଗିରି ବଜାରରୁ ପରିବା କିଣି ନିଜ ଘରକୁ ନିଜ ବାଇକରେ ଯାଉଥିଲେ । ନିଳଗିରି ମିତ୍ରପୂର୍ ରାସ୍ତାର କଣ୍ଟାବଣିଆ ଛକ ନିକଟରେ ହଠାତ୍ ଏକ ଭାଲୁ ବାହାରି ଆସି ବାଇକ୍ କୁ ଧକା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବାଇକ୍ ଟି ପଡିଯାଇଥିଲା । ବାଇକରେ ଥିବା ପରିବା ଥଳିଟି ମଧ୍ୟ ପଡିଯାଇଥିଲା । ଭାଲୁଟି ଯୁବକ ଜଣକୁ ଆକ୍ରମଣ କରି ପଳାଇ ଯାଇଥିଲା । ମିତ୍ରପୁର ପଟୁ ନିଳଗିରି ପୋଲିସ ଗାଡି ଆସୁଥିବା ବେଳେ ଭାଲୁଟି ଛାଡି ପଳାଇ ଯାଇଥିଲା। ପୋଲିସ ଗାଡିରେ ଯୁବକକୁ ନିଳଗିରି ମେଡ଼ିକାଲକୁ ଅଣାଯାଇଥିଲା । ମାତ୍ର ପରିବା ଥଳିରେ ଆନୁମାନିକ ୪ ଲକ୍ଷରୁ ଅଧିକ ଟଙ୍କା ରହିଥିଲା । ପରେ ଦୁର୍ଘଟଣା ସ୍ଥଳରୁ ଦୁଇ ଜଣ ଯୁବକ ବାଇକ୍ ଓ ପରିବା ଥଳି କୁ ଧରି ନିଳଗିରି ଥାନାରେ ଜିମା ଦେଇଥଲେ । 

 ସୂଚନା ଅନୁସାରେ ମାଣତ୍ରି ଗ୍ରାମର ଛୁଟା ଓରଫ ରଞ୍ଜନ କୁମାର ବେହେରା ପରିବା ବ୍ୟାଗ୍ ରେ ୪ ଲକ୍ଷ ଟଙ୍କା ଧରି ଘରକୁ ଯାଉଥିଲେ । ପରେ ଭାଲୁ ହାବୁଡ଼ରେ ପଡ଼ିଥିଲେ । ମୁଣ୍ଡରେ ତାଙ୍କ ଗଭୀର ଆଘାତ ଲାଗିଛି । ପରେ ମେଡିକାଲରୁ ଚିକିତ୍ସିତ ହୋଇ ଥାନାରେ ପହଞ୍ଚିଥିଲେ । ଦୁର୍ଘଟଣା ସ୍ଥଳରେ ଗୋପୀନାଥପୁର ଅଞ୍ଚଳର ଅଶୋକ ସିଂ ଓ ଦେବରାଜ ନାୟକ ପରିବା ବ୍ୟାଗ୍ ରେ ଥିବା ଟଙ୍କାକୁ ଧରି ପୋଲିସ ରେ ଜିମା ଦେଇଥିଲେ । ଅର୍ଥ ଲୋଭକୁ ପଛରେ ପକାଇ ନିଜର ମଣିଷ ପଣିଆକୁ ଦେଖାଇଛନ୍ତି । ଏଥିପାଇଁ ନିଳଗିରି ଥାନା ଅଧିକାରୀ ଗୋପାଳ କର୍ଣ୍ଣ ଦୁଇ ଯୁବକଙ୍କୁ ସାଧୁବାଦ୍ ଜଣାଇଛନ୍ତି । ଥାନାରୁ ରଞ୍ଜନ କୁମାର ବେହେରା ସମସ୍ତ ପ୍ରମାଣ ଦେଖାଇ ନିଜର ସମସ୍ତ ଟଙ୍କା ନେଇଛନ୍ତି । ଜୀବନ ବି ବଞ୍ଚିଲା, ଟଙ୍କା ବି ଫେରିପାଇଲେ । ଏଥିପାଇଁ କୁହାଯାଏ ଯାହାକୁ ରଖିବେ ଅନନ୍ତ କେ କରି ପାରେ ବଳବନ୍ତ । 

 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.