ପ୍ରମୂଖ ଖବର
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ସୌମ୍ୟରଞ୍ଜନଙ୍କ ବିରୋଧରେ ଋଣ ଠକେଇ ଅଭିଯୋଗ, ଇଓଡବ୍ଲୁରେ ଏତଲା ଦେଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର,୧୭/୦୯: ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଠକେଇ ଓ ଜାଲିଆତି ଅଭିଯୋଗ ଆସିଛି । ଖବରକାଗଜ କର୍ମଚାରୀଙ୍କ ନାମରେ ଜାଲିଆତି କରି ଋଣ ଉଠାଇ ଇଷ୍ଟର୍ଣ୍ଣ ମିଡିଆ କମ୍ପାନି ଏହାକୁ ହଡ଼ପ କରିଛି ବୋଲି ଜଣେ ପୂର୍ବତନ କର୍ମଚାରୀ ଏତଲା ଦେଇଛନ୍ତି ।

ଏହାକୁ ଆଧାର କରି  ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ସୌମ୍ୟରଞ୍ଜନ ଓ ଇଷ୍ଟର୍ଣ୍ଣ ମିଡିଆର ଜଣେ ଅଧିକାରୀଙ୍କ ବିରୋଧରେ ଠକେଇ (ଦଫା ୪୨୦, ୪୧୯) ଓ ଜାଲିଆତି (ଦଫା ୪୬୭, ୪୬୮ ଓ ୪୭୧) ଅଭିଯୋଗରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ସମ୍ବାଦର ଜଣେ ପୂର୍ବତନ ସାମ୍ବାଦିକ ଏତଲା ଦାୟର କରିଛନ୍ତି । ଏଥିରେ ଦର୍ଶାଇଛନ୍ତି, ସେ ୨୦୧୫ରେ ଜିଲ୍ଲା ପ୍ରତିନିଧି ଭାବେ ଯୋଗ ଦେଇଥିଲେ । ସେତେବେଳେ ତାଙ୍କ ଦରମା ଥିଲା ୧୨ ହଜାର ୬୦୦ ଟଙ୍କା । କାର୍ଯ୍ୟରେ ଯୋଗ ଦେବାର ଅଳ୍ପ ଦିନ ଭିତରେ ମାନବ ସମ୍ୱଳ ବିଭାଗର ଅଧିକାରୀ ତାଙ୍କୁ ଏକ ଋଣ କରିବା ଲାଗି ଫୋନ୍‌ରେ କହିଥିଲେ । ସେ ଅନିଚ୍ଛା ପ୍ରକାଶ କରିବାରୁ ତାଙ୍କୁ ଧମକ ଦିଆଯାଇଥିଲା, ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ଋଣ ପାଇଁ । ସେଥିପାଇଁ ସେ ଋଣ କରିବାକୁ ବାଧ୍ୟ । ଋଣ ନକଲେ ଚାକିରିରୁ ବିଦା ହେବ ।

ଅଭିଯୋଗକାରୀ କହିଛନ୍ତି, ସେ ବାଧ୍ୟ ହୋଇ ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥିଲେ । ଜଣେ କର୍ମଚାରୀ ତାଙ୍କୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଜୟଦେବ ବିହାର ଶାଖାକୁ ନେଇଯାଇଥିଲେ । ସେଠାରେ ତାଙ୍କ ଅନିଚ୍ଛା ସତ୍ତେ୍ୱ ବିଭିନ୍ନ କାଗଜପତ୍ରରେ ଦସ୍ତଖତ କରାଇ ଏସ୍‌ବିଆଇର ୬ଟି ବ୍ଲାଙ୍କ୍‌ ଚେକ ମଧ୍ୟ ନେଇଥିଲେ । ପରେ ଋଣ ପାସ୍‌ ହୋଇଥିଲା ଆଉ ତାଙ୍କୁ ଗୋଟେ ଚେକ୍‌ ବହି ମଧ୍ୟ ମିଳିଥିଲେ । ଚେକ୍‌ଗୁଡ଼ିକରେ ତାଙ୍କ ଦସ୍ତଖତ କରାଇ ନେଇଯାଇଥିଲେ । ତାଙ୍କ ନାଁରେ କେତେ ଟଙ୍କା ଋଣ ହୋଇଛି ଓ ଋଣ ଟଙ୍କା କ’ଣ ହେବ ସେ ସମ୍ପର୍କରେ ଅଭିଯୋଗକାରୀଙ୍କୁ ଅନ୍ଧାରରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ନାଁ ରେ ୫ଲକ୍ଷ ଟଙ୍କାର ଋଣ ହୋଇଛି । ପରେ ତାଙ୍କୁ ପୁଣି ଅଫିସକୁ ଡକାଇ ଆକାଉଣ୍ଟସ୍‌ ବିଭାଗର ମୁଖ୍ୟ ୪୦ ହଜାର ଟଙ୍କା ଦେଇଥିଲେ । ପରେ ତାଙ୍କ ମାସିକ ଦରମାରୁ ଋଣ କିସ୍ତି କଟିବା ଆରମ୍ଭ ହୋଇଥିଲା ।

ପରେ ତାଙ୍କୁ ଆଉ ଏକ ଋଣ କରିବା ଲାଗି କୁହାଯାଇଥିଲା । ଏଥର ତାଙ୍କୁ ମାନବ ସମ୍ୱଳ ବିଭାଗର ଅଧିକାରୀ ନିଜେ ସାଙ୍ଗରେ ନେଇ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର କଟକ ମଙ୍ଗଳାବାଗ ଶାଖାକୁ ଯାଇଥିଲେ । ସେଠାରେ ମଧ୍ୟ ସମାନ ଢଙ୍ଗରେ ଆଉ ଏକ ଋଣ କରାଯାଇଥିଲା । କିନ୍ତୁ ସେ ଜାଣି ପାରିନଥିଲେ ଯେ ତାଙ୍କ ନାଁରେ କେତେ ଟଙ୍କାର ଋଣ କରି ହଡ଼ପ କରାଯାଇଛି । ପରବର୍ତ୍ତୀ ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ସୂତ୍ରରୁ ସେ ଜାଣିବାକୁ ପାଇଥିଲେ ଯେ, ଜାଲିଆତି କରି ଋଣ ଗ୍ରହୀତାଙ୍କ ନାଁ ବଦଳାଯାଇ ଇଷ୍ଟର୍ଣ୍ଣ ମିଡିଆ କରି ଦିଆଯାଇଛି । 

ଅଭିଯୋଗରେ ଦର୍ଶାଯାଇଛି, କର୍ମଚାରୀ ଏବଂ ସାମ୍ୱାଦିକଙ୍କ ଜାଲ୍‌ ଦରମା ପ୍ରମାଣପତ୍ର ଜରିଆରେ କର୍ମଚାରୀଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ଋଣ ଉଠାନ୍ତି । ପାଖାପାଖି ୩ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଇଷ୍ଟର୍ଣ୍ଣ ମିଡିଆ ଲିମଟେଡ ୫୦ କୋଟି ଟଙ୍କାରୁ ଅଧିକ ଋଣ ଉଠାଇଥିବା ଅଭିଯୋଗ ହୋଇଛି । ଏହି ଘୋଟାଲା କମ୍ପାନି ଓ ବ୍ୟାଙ୍କ ମ୍ୟାନେଜରମାନଙ୍କ ମଧ୍ୟରେ ଅପରାଧିକ ମଧୁଚନ୍ଦ୍ରିକା ଯୋଗୁଁ ସମ୍ଭବ ହୋଇଛି କୁହାଯାଉଛି ।

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଭୁବନେଶ୍ୱର ଜୟଦେବ ବିହାର ଶାଖା, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର କଟକ ମଙ୍ଗଳାବାଗ ଶାଖା, କଟକ ଅରୁଣୋଦୟ ମାର୍କେଟ୍‌ ଶାଖା, ବ୍ରହ୍ମପୁର ଭାପୁର ଶାଖା, ସମ୍ୱଲପୁର ଇଭିନିଂ ଶାଖା, ବାଲେଶ୍ୱର ଇଣ୍ଡଷ୍ଟ୍ରିଆଲ ବ୍ରାଞ୍ଚ, ଜୟପୁର ଇଭିନିଂ ବ୍ରାଞ୍ଚ, ଅନୁଗୁଳ, ରାଉରକେଲା ଶିଳ୍ପାଞ୍ଚଳ ଆଦି ବ୍ରାଞ୍ଚରେ ଏହି ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.