ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସୁଛି ମାରୁତିର ଇଲେକ୍ଟ୍ରିକ୍‌ ଏୟାର୍‌ କପ୍ଟର୍, ଛାତ ଉପରେ ଟେକ୍‌ଅଫ୍‌ ଓ ଲ୍ୟାଣ୍ଡ୍‌ କରିପାରିବ

ନୂଆଦିଲ୍ଲୀ,୧୩/୦୨: ଦେଶର ଅନ୍ୟତମ ଅଗ୍ରଣୀ କାର ନିର୍ମାତା ମାରୁତି ଏବେ ଆକାଶରେ ଉଡ଼ିବାକୁ ପ୍ରସ୍ତୁତ ହୋଇଗଲାଣି । ନିଜର ଜାପାନିଜ୍‌ ମୂଳ କମ୍ପାନି ସୁଜୁକି ସହ ମିଶି ଏହା ଇଲେକ୍ଟ୍ରିକ୍‌ ଏୟାର୍‌ କପ୍ଟର ଆଣିବା ପାଇଁ ଯୋଜନା କରୁଛି ।

ରିପୋର୍ଟ ଅନୁସାରେ, ଏହି ଇଲେକ୍ଟ୍ରିକ୍‌ ଏୟାର୍‌ କପ୍ଟର ଡ୍ରୋନ୍‌ଠାରୁ ବଡ଼ ହେବ କିନ୍ତୁ ପାରମ୍ପରିକ ହେଲିକପ୍ଟର ତୁଳନାରେ ଛୋଟ ରହିବ । ପାଇଲଟ୍‌ ସମେତ ଏହା ୩ ଜଣ ଯାତ୍ରୀଙ୍କୁ ନେଇ ଉଡ଼ିପାରିବ ।  ନୂଆ ମୋବିଲିଟି ସଲ୍ୟୁସନ୍ସ କ୍ଷେତ୍ରରେ ନେତୃତ୍ୱ ନେବାକୁ କମ୍ପାନି ଲକ୍ଷ୍ୟ ରଖିଛି । ପ୍ରାଥମିକ ଭାବେ କମ୍ପାନି ଜାପାନ ଏବଂ ଆମେରିକାରେ ଗ୍ରାହକଙ୍କୁ ଏହି ନୂତନ ମୋବିଲିଟି ସଲ୍ୟୁସନ ପ୍ରଦାନ କରିବ । ଏହାପରେ ଭାରତକୁ ସେବା ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି । ସଡ଼କରେ ଉବର ଏବଂ ଓଲା କାର୍‌ ଭଳି ଏହି ଏୟାର୍‌ ଟ୍ୟାକ୍ସି ପରିବହନ କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ମାରୁତି କେବଳ ଭାରତ ବଜାରରେ ବିକ୍ରି କରିବା ପାଇଁ ଇଚ୍ଛୁକ ନୁହେଁ, ଏହା ମଧ୍ୟ ଉତ୍ପାଦନ ଖର୍ଚ୍ଚ କମାଇବା ପାଇଁ ଏଠାରେ ଏୟାର୍‌ କପ୍ଟର ତିଆରି କରିବା ପାଇଁ ବିଚାର କରୁଛି । ସୁଜୁକି ମୋଟରର ସହାୟକ ପ୍ରବନ୍ଧକ(ଅଟୋମୋବାଇଲ ପ୍ରଡକ୍ଟ ପ୍ଲାନିଂ ଗ୍ରୁପ୍‌, ଗ୍ଲୋବାଲ ଅଟୋମୋବାଇଲ ପ୍ଲାନିଂ ବିଭାଗ) କେଣ୍ଟୋ ଓଗୁରା କୁହନ୍ତି, କମ୍ପାନି ଏବେ ଏହି ଏୟାର୍‌ କପ୍ଟରକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ସହ ଆଲୋଚନା କରୁଛି । ଏହାକୁ ବାସ୍ତବରେ ପରିଣତ କରିବା ପାଇଁ କମ୍ପାନି ଫିଜିବିଲିଟି ଷ୍ଟଡି କରୁଛି ।

ମାରୁତି ସୁଜୁକିର ଇଲେକ୍ଟ୍ରିକ୍‌ ଏୟାର୍‌ କପ୍ଟରର ନା’ ‘ସ୍କାଏଡ୍ରାଇଭ୍‌’ ରହିବ । ୧୨ ୟୁନିଟ୍‌ ମୋଟର ଏବଂ ରୋଟର୍ସ ସହ ଆସିବାକୁ ଥିବା ଏହି ଏୟାର୍‌ କପ୍ଟରକୁ ୨୦୨୫ରେ ଜାପାନର ଓସାକା ଏକ୍ସପୋରେ ପ୍ରଦର୍ଶିତ କରାଯାଇପାରେ । ପ୍ରଥମେ ଜାପାନ ଏବଂ ଆମେରିକାରେ ଏହାକୁ ବିକ୍ରି କରାଯିବ ଓ ପରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନ ଜରିଆରେ ଏହି ଟେକ୍ନୋଲୋଜିକୁ ଭାରତକୁ ଆଣିବାକୁ ଯୋଜନା ରହିଛି । 

ଭାରତରେ ସମ୍ଭାବ୍ୟ ଗ୍ରାହକ ଏବଂ ପାର୍ଟନର ଚିହ୍ନଟ କରିବା ପାଇଁ କମ୍ପାନି ବର୍ତ୍ତମାନ ବଜାର ସର୍ଭେ କରୁଛି । ଭାରତରେ ସଫଳ ହେବା ପାଇଁ ଏୟାର୍‌ କପ୍ଟରର ଦର ସୁଲଭ ରହିବା ଦରକାର ବୋଲି କେଣ୍ଟୋ ଓଗୁରା ପ୍ରକାଶ କରିଛନ୍ତି । ଏୟାର୍‌ କପ୍ଟରର ଉଠାଣ କ୍ଷମତା ୧.୪ ଟନ୍‌ ରହିବ । ପାରମ୍ପରିକ ହେଲିକପ୍ଟର ଓଜନର ଏହା ପ୍ରାୟ ଅଧା ରହିବ । କମ୍‌ ଓଜନ ହେତୁ ଏହା ବିଲ୍‌ଡିଂ ଛାତରେ ଟେକ୍‌-ଅଫ୍‌ ଏବଂ ଲ୍ୟାଣ୍ଡିଂ କରିପାରିବ । ଇଲେକ୍ଟ୍ରିକ୍‌ ହୋଇଥିବାରୁ ଏହାର ପାର୍ଟସ ସଂଖ୍ୟା କମ୍‌ ରହିବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.