ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହାଡ଼ଭଙ୍ଗା ଶୀତରୁ ନିସ୍ତାର ନାହିଁ, ଲମତାପୁଟରେ ୯ ଡିଗ୍ରୀ ତଳେ ପାରଦ

ଲମତାପୁଟ, ୨୬/୦୧ : ହାଡ଼ଭଙ୍ଗା ଶୀତରୁ ନିସ୍ତାର ନାହିଁ। ଲମତାପୁଟରେ ଶୀତ ଲହରି ଜାରି ରହିଥିବା ବେଳେ କୁହୁଡ଼ି ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ କରିଦେଲାଣି l ଲମତାପୁଟରେ ୯ ଡିଗ୍ରୀ ତଳେ ପାରଦ ରହିଛି l ୩ ଦିନ ହେଲା କୋହଲା ପାଗ ପରେ ପୁଣି ଶୀତର ଲହରୀ ଜାରି ରହିଛି l ଦିନ ୧୧ଟା ପର୍ଯ୍ୟନ୍ତ କୁହୁଡ଼ି ସାରା ଅଞ୍ଚଳକୁ ଢାଙ୍କି ରଖୁଛି l ଅପରାହ୍ନ ଦୁଇଟା ପରେ ସୂର୍ଯ୍ୟଙ୍କ ଦେଖା ମିଳୁନି l 

କୁହୁଡି ଏତେ ପରିମାଣର ରହିଛି ରାସ୍ତାଘାଟରେ ଗାଡି ଚଳାଇବା ମୁସ୍କିଲ ହୋଇ ପଡିଛି l ଘନ କୁହୁଡ଼ି ସକାଶେ ଯାନବାହନ ଯାତାୟତରେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି l ବହୁ ଗାଡି ମଟର ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି l ପାଣିପାଗ ସୂଚନା ଅନୁଯାୟୀ ୩୦ ତାରିଖ ପର୍ଯ୍ୟନ୍ତ ଏହିଭଳି ଶୀତ ଏବଂ କୁହୁଡ଼ି ଲାଗିରହିବ l

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.