ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଳଦ୍ୱୀପର ରାଷ୍ଟ୍ରପତିଙ୍କ ମନେପଡ଼ିଲା ପୁରୁଣା କଥା , ଗଣତନ୍ତ୍ର ଦିବସରେ ମୁଇଜ୍ଜୁ ଦେଲେ ନିବିଡ଼ ବନ୍ଧୁତାର ବାର୍ତ୍ତା

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ରାଜନୀତିକ କାର୍ଯ୍ୟକଳାପ ମଧ୍ୟରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଭାରତର ୭୫ତମ ଗଣତନ୍ତ୍ର ଦିବସ ଅବସରରେ ଶୁଭକାମନା ଦେଇଛନ୍ତି। ମାଳଦ୍ୱୀପର ରାଷ୍ଟ୍ରପତି ଭାରତ ନାମରେ ନିଜର ଶୁଭେଚ୍ଛା ବାର୍ତ୍ତାରେ ବହୁ ଦିନର ବନ୍ଧୁତାକୁ ମନେପକାଇଛନ୍ତି। ମାଳଦ୍ୱୀପର ରାଷ୍ଟ୍ରପତି କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛନ୍ତି, ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଭାରତର ୭୫ତମ ଗଣତନ୍ତ୍ର ଦିବସର ଅବସରରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ପଠାଇଛନ୍ତି। ଭାରତର ୭୫ତମ ଗଣତନ୍ତ୍ର ଦିବସର ଉପଲକ୍ଷେ ରାଷ୍ଟ୍ରପତି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଲଗା ଅଲଗା ବାର୍ତ୍ତାରେ ରାଷ୍ଟ୍ରପତି ମୁଇଜ୍ଜୁ ଶୁଭେଚ୍ଛା ଓ ଶୁଭକାମନା ଦେଇଛନ୍ତି। 

ନିଜର ବାର୍ତ୍ତାରେ ରାଷ୍ଟ୍ରପତି ମୁଇଜ୍ଜୁ ଆଗାମୀ ବର୍ଷରେ ଭାରତ ସରକାର ଓ ଭାରତୀୟଙ୍କ ପାଇଁ ନିରନ୍ତର ଶାନ୍ତି , ପ୍ରଗତି ଓ ସମୃଦ୍ଧିର ଆଶା ମଧ୍ୟ ବ୍ୟକ୍ତ କରିଛନ୍ତି। ମୁଇଜ୍ଜୁଙ୍କ କାର୍ଯ୍ୟାଳୟ ନିଜ ବୟାନରେ କହିଛି, ରାଷ୍ଟ୍ରପତି ମୁଇଜ୍ଜୁ ମାଳଦ୍ୱୀପର ସରକାର ଓ ଲୋକଙ୍କ ପକ୍ଷରୁ ଭାରତର ସରକାର ଓ ଭାରତୀୟଙ୍କୁ ଶୁଭକାମନା ଦେଇଛନ୍ତି। ସେ ଅନେକ ଦଶନ୍ଧିର ବନ୍ଧୁତା , ପାରସ୍ପରିକ ସମ୍ମାନ ଓ ଗଭୀର ସଂପର୍କରେ ବାନ୍ଧି ହୋଇଥିବା ଭାରତ-ମାଳଦ୍ୱୀପର ସମ୍ୱନ୍ଧକୁ ଦୋହରାଇଛନ୍ତି। 

ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ୍‌ ସୋଲିହ ମଧ୍ୟ ୭୫ତମ ଗଣତନ୍ତ୍ର ଦିବସରେ ଭାରତକୁ ଶୁଭେଚ୍ଛା ଦେଇଛନ୍ତି ଏବଂ ଦୁଇ ଦେଶର ଅତୁଟ ବନ୍ଧନକୁ ଦୃଢତାର ସହ ଆଗାକୁ ନେବା ପାଇଁ ଆହ୍ୱାନ ଦେଇଛନ୍ତି। ସୋଲିହ ଏକ୍ସରେ ଲେଖିଛନ୍ତି , ଭାରତର ୭୫ତମ ଗଣତନ୍ତ୍ର ଦିବସର ଖୁସିର ଅବସରରେ ମୁଁ ରାଷ୍ଟ୍ରପତି ମୁର୍ମୁ ପ୍ରଧାନମନ୍ତ୍ରୀ ସରକାର ଓ ଭାରତର ଲୋକଙ୍କୁ ଶୁଭକାମନା ଜଣାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.