ମୁମ୍ୱାଇ – ମୁମ୍ୱାଇରେ ଜିକା ଭାଇରସର ୨ୟ ମାମଲା ସାମନାକୁ ଆସିଛି। ବୃହନମୁମ୍ୱାଇ ନଗର ପାଳିକା (ବିଏମସି)ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ବିଏମସିର ବିଜ୍ଞପ୍ତିରେ କୁହାଯାଇଛି କି ପ୍ରଥମ ମାମଲା ୨୩ ଅଗଷ୍ଟରେ ସାମନାକୁ ଆସିଥିଲା। ୨ୟ ରୋଗୀ ୧୫ ବର୍ଷିୟା ଜଣେ ନାବାଳିକା , ଯିଏକି ସିଟି କାଉନ୍ସିଲର ଏଲ-ୱାର୍ଡ ଅନ୍ତର୍ଗତ ପୂର୍ବୀୟ ମୁମ୍ୱାଇର କୁର୍ଲା ଉପନଗରରେ ରୁହନ୍ତି। ଏହା ପୂର୍ବରୁ ଚେମ୍ୱୁରର ୭୯ ବର୍ଷିୟ ବ୍ୟକ୍ତି ଭାଇରାଲ ସଂକ୍ରମଣ ପ୍ରଭାବରେ ଆସିବା ପରେ ସହରରେ ଜିକାର ପ୍ରଥମ ମାମଲା ସାମନାକୁ ଆସିଥିଲା। ବିଏମସି ୨୩ ଅଗଷ୍ଟରେ ଏହାର ସୂଚନା ଦେଇଥିଲା।
‘ଡିଜିଜ୍ ଏକ୍ସ’ ହେବ କି ଆଉ ଏକ ମହାମାରୀ ? ଆଲର୍ଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ବିଏମସି ପକ୍ଷରୁ କିଛି ଦିନ ପରେ ଏହା କୁହାଯାଇ ଥିଲା କି ସେ ଏଥିରେ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି । ପୁଣେ ସ୍ଥିତ ରାଷ୍ଟ୍ରୀୟ ଭାଇରୋଲୋଜି ପ୍ରତିଷ୍ଠାନ ସ୍ପଷ୍ଟ କରିଥିଲା କି ଉପନଗର ଚେମ୍ୱୁରରେ ରହୁଥିବା ବ୍ୟକ୍ତି ଜିକା ଭାଇରାଲରେ ସଂକ୍ରମିତ ଥିଲେ। ଏଥିରେ ୧୯ ଜୁଲାଇ ୨୦୨୩ରେ ଜ୍ୱର , ନାକ ବନ୍ଦ ହେବା ଓ କାଶ ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା । ସେ ଘରୋଇ ଡାକ୍ତରଙ୍କ ଦ୍ୱାରା ଉକ୍ତ ଲକ୍ଷଣ ଗୁଡ଼ିକର ଉପଚାର କଲେ । ରୋଗୀଙ୍କ ସୁସ୍ଥ ହେବାରେ ୨ ଅଗଷ୍ଟରେ ହସ୍ପିଟାଲରୁ ମୁକ୍ତ କରାଯାଇ ଥିଲା। ଏହି ରୋଗଙ୍କର ୨୦ବର୍ଷ ପୂର୍ବେ ଏଞ୍ଜିୟୋପ୍ଲାଷ୍ଟି ହୋଇଥିଲା ଏବଂ ତାଙ୍କୁ ମଧୁମେହ, ରକ୍ତଚାପ ସମେତ ଅନ୍ୟ ରୋଗ ବି ଅଛି।
ଚିନ୍ତା ବଢାଇଲା ‘Disease X’ , WHO ମୁଖ୍ୟଙ୍କ ଚେତାବନୀ ପରେ ଲୋକେ ଭୟଭୀତ
ନଗର ପରିଷଦ (ସିଟି କାଉନ୍ସିଲ) ଲୋକଙ୍କୁ ଆଶ୍ୱାସନା ଦେଇ ଭୟଭୀତ ନହେବାକୁ କହିଛି। କାରଣ ଜିକା ସଂକ୍ରମଣ ଏକ ସୀମିତ ରୋଗ । କହି ରଖୁଛୁ କି ଜିକା ଭାଇରାସ ମୁଖ୍ୟ ଭାବେ ଏଡିଜ୍ ମାଛିରୁ ବ୍ୟାପିଥାଏ । ଗର୍ଭାବସ୍ଥା ବେଳେ ସଂକ୍ରମଣରେ ଶିଶୁ ଠାରେ କିଛି ଜନ୍ମ ଦୋଷ ବି ହୋଇପାର । ଜିକା ପାଇଁ କୌଣସି ଭାକ୍ସିନ କି ଔଷଧ ନାହିଁ । ଏଥିରେ ଜ୍ୱର , ମୁଣ୍ଡ ବ୍ୟଥା , ଗଣ୍ଠିରେ ଯନ୍ତ୍ରଣା ,ଆଖି ଲାଲ ହୋଇଯିବା ଓ ମାଂସପେଶୀୟରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦେଇଥାଏ । ଏଥିରେ ସଂକ୍ରମିତ ବ୍ୟକ୍ତି ନିଜକୁ ନିଜେ ସୁସ୍ଥ ହୋଇଯାଏ ।ଏଥିରେ ସଂକ୍ରମଣ ୮୦ ପ୍ରତିଶତ ଲୋକଙ୍କ ଠାରେ ଲକ୍ଷଣ ନଥାଏ ।