ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମତଦାନ ଭିତରେ ଛତିଶଗଡ଼ରେ ଆଇଡି ବିସ୍ଫୋରଣ, ଯବାନଙ୍କୁ ଟାର୍ଗେଟ୍ କରିଥିଲେ ନକ୍ସଲ୍

ରାୟପୁର, ୧୭/୧୧: ଛତିଶଗଡ଼ରେ ଦ୍ୱିତୀୟ (ଅନ୍ତିମ) ପର୍ଯ୍ୟାୟ ମତଦାନ ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୭୦ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେଉଛି । ମତଦାନ ଚାଲିଥିବା ବେଳେ ଧମତରିରେ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ନକ୍ସଲ୍ ।

ସିଆରପିଏଫ୍ ଓ ଡିଆରଜି ଯବାନଙ୍କୁ ଟାର୍ଗେଟ୍ କରି ନକ୍ସଲ ଗୋଟିଏ ପରେ ଗୋଟିଏ ଆଇଡି ବିସ୍ଫୋରଣ କରିଛନ୍ତି । ଏହି ସମୟରେ ବାଇକରେ ଯାଉଥିବା ୨ ସିଆରପିଏଫ୍ ଯବାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ପୋଲିଂ ପାର୍ଟିକୁ ସୁରକ୍ଷା ଯୋଗାଇ ଦେବାକୁ ବାହାରିଥିଲେ ।

ଛତିଶଗଡ଼, ମଧ୍ୟପ୍ରଦେଶରେ ମତଦାନ ଆରମ୍ଭ, ୭.୨୩ କୋଟି ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ

ସେହି ସମୟରେ ୨ଟି ଆଇଡି ବିସ୍ଫୋରଣ ହୋଇଥିଲା । ଯବାନଙ୍କୁ ଟାର୍ଗେଟ୍ କରି ବିସ୍ଫୋରଣ କରିଥିଲେ ନକ୍ସଲ । ଗୁରୁବାର ଭୋଟ ଦାନରୁ ଦୂରେଇ ରହିବା ଲାଗି ନକ୍ସଲଙ୍କ ପକ୍ଷରୁ ବ୍ୟାନର ଓ ପୋଷ୍ଟର ଲଗା ଯାଇଥିଲା । ଯାହାକୁ ଦେଖି ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲେ ନିର୍ବାଚନ ଆୟୋଗ ।

ଛତିଶଗଡ଼ର ୯୦ ବିଧାନସଭା ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦ ଆସନରେ ଭୋଟ୍ ହୋଇଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୭୦ ଆସନରେ ମତଦାନ ଚାଲିଛି । ଛତିଶଗଡ଼ରେ ୧୦୯ଟି ଅତିସମ୍ବେଦନଶୀଳ ଓ ୧୬୭୦ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । 

ଭାରତ-ଭୁଟାନ ସୀମାରେ ଚୀନ୍‌ ସହର, ସୀମାନ୍ତ ଗାଁ’ର କରାଯାଉଛି ବିକାଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.