ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେଡିରେ ମିଶିବେ ନୀଳଗିରି ବିଧାୟକ ଇଂ ସୁକାନ୍ତ ! ରାଜନୈତିକ ମହଲରେ ଚର୍ଚ୍ଚା

ନୀଳଗିରି, ୩୦/୩ : ଖୁବଶୀଘ୍ର ବିଜେଡିରେ ମିଶିବେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ। ଗତକାଲି ସେ ବିଧିବଦ୍ଧ ଭାବେ ବିଜେପିରୁ ଇସ୍ତଫା ଦେଇଥିଲେ। ରାଜ୍ୟ ସଭାପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ। କିଛିମାସ ହେବ ସେ ଘର ବାହୁଡା ହେବାନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହା ସତ୍ୟରେ ପରିଣତ ହୋଇଛି। ଦଳ ଛାଡି ଯିବା ବେଳେ ସେ କୌଣସି କାରଣ କହିନଥିବା ବେଳେ ସମୟକୁ ଅପେକ୍ଷା କରିବାକୁ କହିଥିଲେ। ହେଲେ ସାଂସଦ ପ୍ରତାପଙ୍କ କର୍ମୀ ଓ ତାଙ୍କ କର୍ମୀମାନଙ୍କ ମଧ୍ୟରେ ଦୂରତ୍ୱ ବଢିବା ଓ ତାଙ୍କୁ କିଛି ଆଗଧାଡ଼ିର କର୍ମୀମାନେ ଅପମାନ କରିବା ଭଳି କଥା କହିବା ପରେ ସୁକାନ୍ତଙ୍କୁ ବାଧିଥିବା ଜଣାପଡିଛି।

ସେପଟେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହାକୁ ଅସ୍ୱୀକାର କରି ତାଙ୍କର କ୍ଷମତା ଦରକାର ବୋଲି କହିବା ସହ ଅସୁବିଧାରେ ପଡିଥିବା ବେଳେ ସେ ବିଜେପିରେ ଶରଣ ପଶିଥିଲେ ବୋଲି କହିଛନ୍ତି। ବିଜେପି ତାଙ୍କୁ ସମ୍ମାନ ପୂର୍ବକ ଜିତାଇ ଥିଲା। ଦଳ ଛାଡିବା ପରେ କିଛି ନୀଳଗିରିରେ ଫରକ ପଡିବ ନାହିଁ ବୋଲି କହିଥିଲେ। ତେବେ ଇଂ ନାୟକ ଖୁବଶୀଘ୍ର ବିଜେଡିରେ ମିଶିବେ ବୋଲି ଅନୁମାନ କରାଯାଉଛି। ସୋମବାର ୪୧ ଟି ପଞ୍ଚାୟତ ଓ ଏନଏନସିର ୨ହଜାରରୁ ଉର୍ଦ୍ଧ୍ଵ ଆଗଧାଡ଼ିର କର୍ମୀ ବିଜେଡିରେ ଭୁବନେଶ୍ୱରରେ ମିଶିବେ ବୋଲି ଜଣାପଡିଛି। ଏନେଇ ପ୍ରାକ ପ୍ରସ୍ତୁତି ସରିଥିବା ଜଣାପଡିଛି। ହଜାର ହଜାର ସମର୍ଥକଙ୍କ ସହ ସେ ଭୁବନେଶ୍ୱରରେ ବିଧିବଦ୍ଧ ଭାବେ ଘର ବାହୁଡ଼ିବେ ବୋଲି ଜଣାପଡିଛି।


  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.