ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ପ୍ରାଣୀ ଚିକିତ୍ସକଙ୍କ ଧାରଣା ସ୍ଥଳରେ ବାଛୁରୀ ଓ ଛେଳି ମୃତଦେହ ରଖି ଲୋକଙ୍କ ପ୍ରତିବାଦ

ମାଲକାନଗିରି, ୩୧/୦୧: ବିଭିନ୍ନ ଦାବିରେ ଗତ ୧୮ ତାରିଖରୁ ସମୂହ ଛୁଟି ନେଇ ଧାରଣାରେ ବସିଛନ୍ତି ପଶୁ ଚିକିତ୍ସକ । ଗତ କିଛିଦିନ ହେଲା ପଶୁ ଚିକିତ୍ସକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡୁଛନ୍ତି ଶତାଧିକ ନିରୀହ ପଶୁପକ୍ଷୀ । ବୁଧବାର ସହରର କିଛି ବାଛୁରୀ ଓ ଛେଳିଙ୍କ ମୃତ୍ୟୁ ଚିକିତ୍ସା ଅଭାବରୁ ଘଟିଛି ।

ଏଥିରେ ଉତ୍ୟକ୍ତ ଗୃହ ପାଳିତ ପ୍ରାଣୀ ମାଲିକ ଓ ସହରବାସୀ ମୃତଦେହ ଧରି ପଶୁ ଚିକତ୍ସାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୃତଦେହ ରଖି ପ୍ରାଣୀ ଚିକିତ୍ସଙ୍କ ଧାରଣା ସ୍ଥଳରେ ପ୍ରତିବାଦ କରିଛନ୍ତି । ତୁରନ୍ତ ପ୍ରତିକାର ପାଇଁ ପଶୁ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସହରବାସୀଙ୍କ ଆନ୍ଦୋଳନକୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ୱ ରେ କଂଗ୍ରେସ ନେତା ଜୀ ଶ୍ରୀନିବାସ ରାଓ, ପର୍ଶୁରାମ ଭକ୍ତ, ପଦ୍ମପାଙ୍ଗି ପ୍ରମୁଖ ସମର୍ଥନ ଜଣାଇଛନ୍ତି । ଆନ୍ଦୋଳନକାରୀ ଡାକ୍ତର ଓ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସକଙ୍କ ସହିତ ଆଲୋଚନା କରିଛନ୍ତି । ପରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ପାତ୍ର ଙ୍କ ନେତୃତ୍ୱରେ ମାଲକାନଗିରି ନୂତନ ଜିଲ୍ଲାପାଳ ପାୱାର ସଚୀନ ପ୍ରକାଶଙ୍କୁ ଭେଟି ତୁରନ୍ତ ସମାଧାନ ସହ ପଶୁଙ୍କ ଜୀବନ ରକ୍ଷା ପାଇଁ ଦାବି କରିଛନ୍ତି । ଆସନ୍ତା ୩ ଦିନ ମଧ୍ୟରେ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.