କାଶୀପୁର , ୧୩।୯ ଲଗାଣ ବର୍ଷା ଯୋଗୁଁ ଟିକିରି ଠାରୁ ରାଉଳିରେଳ ଷ୍ଟେସନ ମଧ୍ୟରେ ଥିବା ଏକ ସ୍ଥାନରେ ରେଳ ଟ୍ରାକ ଉପରେ ପଥର ଖସି ପଡିବାରୁ ଟ୍ରେନ ଚଳାଚଳ ବାଧା ପ୍ରାପ୍ତ ହୋଇଛି । । ଜଗଦଲପୁରଠାରୁ ହାୱାଡ଼ା ଅଭିମୁଖେ ଯାଉଥିଲା ସମଲେଶ୍ବରୀଏକ୍ସପ୍ରେସ । ରାଉଳି ଷ୍ଟେସନ ଅତିକ୍ରମ କରିବାର କିଛି ସମୟ ପରେ ପଥର ଖଣ୍ଡ ରେଳଟ୍ରାକ ଉପରେ ଖସି ପଡ଼ିଥିଲା ।ଖବର ପାଇ ଗ୍ୟାଙ୍ଗ ମେନ,ରେଳ କର୍ମଚାରୀ ମାନେ ଟ୍ରାକ ରୁ ପଥରଖଣ୍ଡ ବାହାର କରି ଥିବା ଜଣା ଯାଇଛି ।ରେଳ ଧାରଣାରେ ପଥର ଖସି ରାସ୍ତା ଅବରୋଧ ହେବା ଫଳରେ କେ ଆର ରେଳ ରାସ୍ତାରେ ଟ୍ରେନ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା । ଆଜିଉଭୟ ପଟର (ଇଏମ ୟୁ)ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଛି । ସେହିପରି ବ୍ଲକର କିଛି ସ୍ଥାନରେ ରାସ୍ତା ଧୋଇ ହୋଇଯାଇ ଥିବାର ଖବର ମିଳିଛି । ପୂର୍ତ୍ତ ବିଭାଗ ଅଧୀନରେ ଥିବା ଟିକିରି ମୁଖ୍ୟ ରାସ୍ତା ର ଡ୍ରେନ ଅବରୋଧ ଫଳରେ ରାସ୍ତା ପାଖରେ ଥିବା କିଛି ଦୋକାନ ଏବଂ ଘର ଭିତରେ ବର୍ଷା ପାଣି ପଶି ଥିବାର ଜଣାଯାଇଛି ।

ପୁଲିସକୁ ଆକ୍ରମଣ, ଗାଡି ପୋଡାଜଳା ଘଟଣାରେ ଆଠ ଗିରଫ