ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଲିଭର୍‌ ପ୍ରତିରୋପଣ ପାଇଁ ଏସ୍‌ସିବିରେ ତତ୍ପରତା: ଆସିଲେ ୩ ବିଶେଷଜ୍ଞ, ଆଉ ୪ ଆସିବେ

କଟକ,୧୨/୧୧: ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ୍‌ ବା ଲିଭର  ପ୍ରତିରୋପଣ ପାଇଁ ଏସ୍‌ସିବିରେ ପୁଣି ତତ୍ପରତା ପ୍ରକାଶ  ପାଇଛି । ପ୍ରତିରୋପଣ ପାଇଁ ଡିସେମ୍ବର ୩୧କୁ କଣ୍ଟ ଧାର୍ଯ୍ୟ  କରାଯାଇଛି । ଅର୍ଥାତ୍‌ ଡିସେମ୍ବର ୩୧ ସୁଦ୍ଧା ଏସ୍‌ସିବିରେ  ପ୍ରଥମ ଲିଭର ପ୍ରତିରୋପଣ କରାଯିବ । ଏହି ଉଦ୍ଦେଶ୍ୟରେ  ୩ ଜଣ ବିଶେଷଜ୍ଞ ଏସ୍‌ସିବିକୁ ଆସିଥିବାବେଳେ ଆଉ ୪  ଜଣ ଡାକ୍ତରଙ୍କୁ ଚଳିତ ମାସ ଶେଷ ସୁଦ୍ଧା ବଦଳି କରାଯିବ । ଏହାବାଦ୍‌ ନର୍ସିଂ ଅଫିସର୍‌, ଫାର୍ମାସିଷ୍ଟ, ଲ୍ୟାବ୍‌ ଟେକ୍ନିସିଆନ୍‌ଙ୍କ  ସମେତ ଡାକ୍ତରଙ୍କୁ ହାଇଦ୍ରାବାଦ୍‌ର ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌  ଅଫ୍‌ ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜି(ଏଆଇଜି)କୁ ତାଲିମ୍‌ ପାଇଁ  ପଠାଯିବ । ଏହାବାଦ୍‌ ଏଆଇଜିର ଏକ ଟିମ୍‌ ଏସ୍‌ସିବିକୁ ଆସି  ପ୍ରଥମେ ଏକ ଲିଭର୍‌ ପ୍ରତିରୋପଣ କରି ଏଠାକାର ଡାକ୍ତର  ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବେ ବୋଲି ଜଣାପଡିଛି ।  

ଡିସେମ୍ବର ସୁଦ୍ଧା ଏସ୍‌ସିବିରେ ଲିଭର୍‌ ପ୍ରତିରୋପଣକୁ  ଦୃଷ୍ଟିରେ ରଖି ଲିଭର ଦାତା ଓ ଗ୍ରହିତାଙ୍କୁ ପ୍ରସ୍ତୁତ ରଖିବାକୁ  ଲିଭର୍‌ ଫେଲ୍ୟୁଅର କ୍ଲିନିକ୍‌ର ମୁଖ୍ୟ ତଥା ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ  ପାଇଁ ନୋଡାଲ ଅଫିସର ପ୍ରଫେସର ଡାକ୍ତର ଉମେଶ ପାତ୍ରଙ୍କୁ  କୁହାଯାଇଛି । ଏହାବାଦ୍‌ ପ୍ରତି ଶୁକ୍ରବାର ଲିଭର୍‌ ପ୍ରତିରୋପଣ  ପାଇଁ ମେଡିକାଲ କଲେଜରେ ସେମିନାର୍‌ ଆରମ୍ଭ କରାଯାଇଛି । 

ଗତମାସ ଶେଷ ସପ୍ତାହରେ ଲିଭର ଟ୍ରାନ୍ସପ୍ଲାଣ୍ଟ ନିମନ୍ତେ  ନିର୍ମାଣ ପରେ ଦୀର୍ଘଦିନ ହେଲା ତାଲା ପଡିଥିବା ମଡ୍ୟୁଲାର ଓଟିରେ ଲାଇଟ୍‌ ଲଗାଯାଇଥିଲା । ଲିଭର ପ୍ରତିରୋପଣ ପାଇଁ  ବଲାଙ୍ଗୀର ମେଡିକାଲ କଲେଜରେ କାର୍ଯ୍ୟରତ ସର୍ଜରୀ ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ଲକ୍ଷ୍ମୀନାରାୟଣ  ମହାନ୍ତିଙ୍କ ସମେତ ପାଥୋଲୋଜି ବିଭାଗର ଡାକ୍ତର କୌମୁଦୀ  ପଟ୍ଟନାୟକ ଓ ନିଶ୍ଚେତନା ବିଭାଗର ଡାକ୍ତର ପ୍ରମୋଦ  ପଲାଇଙ୍କୁ ଡେପୁଟେସନରେ ଏସ୍‌ସିବିକୁ ଅଣାଯାଇଛି । 

ଲିଭର ପ୍ରତିରୋପଣ ପାଇଁ ଏହି ସବୁ ବିଭାଗର  ଡାକ୍ତରମାନେ ଯାହା ଆବଶ୍ୟକ କରୁଛନ୍ତି ତାର ତାଲିକା  ଡିଏମ୍‌ଇଟିଙ୍କ ନିକଟକୁ ପଠାଯାଇଛି । ସେହିପରି ଲିଭର  ପ୍ରତିରୋପଣ ପାଇଁ ଯେଉଁ ସବୁ ପରୀକ୍ଷା ଏସ୍‌ସିବିରେ  ଉପଲବ୍ଧ ନାହିଁ ତାହାକୁ ଯୁଦ୍ଧକାଳୀନ ଭିତ୍ତିରେ ଉପଲବ୍ଧ କରାଯିବାକୁ ବ୍ୟବସ୍ଥା କରାଯାଉଥିବା ମେଡିକାଲ  ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.