ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରଥମ ସୋଆ ଅନ୍ତର୍ଜାତୀୟ ଗ୍ରାଣ୍ଡ୍‌ମାଷ୍ଟର୍ସ ଚେସ୍‌: ଜିଏମ୍‌ ସାୟନ୍ତନ ଚାମ୍ପିଅନ,ଦୀପ୍ତାୟନ ରନର୍ସଅପ, ସମ୍ବିତ ତୃତୀୟ

ଭୁବନେଶ୍ୱର,୦୫/୦୨: ପ୍ରଥମ ସୋଆ ଅନ୍ତର୍ଜାତୀୟ ଗ୍ରାଣ୍ଡ୍‌ମାଷ୍ଟର୍ସ  ଚେସ୍‌ ଉତ୍ସବ ଏ’ ବର୍ଗରେ ଗ୍ରାଣ୍ଡମାଷ୍ଟର  (ଜିଏମ୍‌) ସାୟନ୍ତନ ଦାସ (୨୫୧୪)  ଚାମ୍ପିଅନ ହୋଇଛନ୍ତି । ସେ ସର୍ବାଧିକ  ୮ ପଏଣ୍ଟ ସହ ପ୍ରଥମ ସ୍ଥାନ ହାସଲ  କରିଥିଲେ । ଜିଏମ୍‌ ଦୀପ୍ତାୟନ ଘୋଷ  (୨୫୬୮) ୭.୫ ପଏଣ୍ଟ ସହ  ରନର୍ସଅପ୍‌ ଏବଂ ସମାନ ପଏଣ୍ଟ ସହ  ଓଡ଼ିଆ ଆଇଏମ୍‌ ସମ୍ବିତ ପଣ୍ଡା (୨୪୦୪)  ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ସି’ ବର୍ଗରେ  ହରିଆନାର ବ୍ୟୋମ ମାଲହୋତ୍ରା ୯  ରାଉଣ୍ଡରୁ ସର୍ବାଧିକ ୮ ପଏଣ୍ଟ ପାଇ  ଚାମ୍ପିଅନ, ସମାନ ପଏଣ୍ଟ ରଖି ଇଶା ସିହ୍ନା ରନର୍ସଅପ୍‌, ଆରିତ କପିଲ  ତୃତୀୟ ଏବଂ ଓଡ଼ିଶାର ସୃଜନ ପ୍ରଣୟୀ  ରୟ ଚତୁର୍ଥ ସ୍ଥାନ ହାସଲ କରିଥିଲେ ।

  

ଉଦ୍‌ଯାପନୀ ଉତ୍ସବରେ  ସର୍ବଭାରତୀୟ ଚେସ୍‌ ସଂଘ ସଭାପତି  ଡ. ସଞ୍ଜୟ କପୁର ମୁଖ୍ୟ ଅତିଥି ଏବଂ  ସୋଆ କୁଳପତି ପ୍ରଫେସର ପି.କେ ନନ୍ଦ  ଓ ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର ସମ୍ମାନିତ  ଅତିଥି ଭାବେ ଯୋଗ ଦେଇ ପୁରସ୍କାର  ପ୍ରଦାନ କରିଥିଲେ । ଅନ୍ୟମାନଙ୍କ  ମଧ୍ୟରେ ଓଡ଼ିଶା ସଂଘର ସଭାପତି ଜି.ସି  ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ,  ସୋଆ ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଡ.  ଜ୍ୟୋତି ରଞ୍ଜନ ଦାସ, ଶଙ୍କର ପ୍ରସାଦ  ମିଶ୍ର ଏବଂ ତାପସ କୁମାର ମହାନ୍ତି  ପ୍ରମୁଖ ଉପସ୍ଥିତ ରହିଥିଲେ ।  

ସାୟନ୍ତନ ଓ ଦୀପ୍ତାୟନ ଅନ୍ତିମ  ବାଜି ଡ୍ର’ ରଖି ପଏଣ୍ଟ ଭାଗ କରିଥିଲେ ।  ସମ୍ବିତ କିନ୍ତୁ ଶୁଭୟନ କୁଣ୍ଡୁ ସମେଦଙ୍କୁ  ହରାଇଥିଲେ । ଓଡ଼ିଆ ଆଇଏମ୍‌ ସିଦ୍ଧାନ୍ତ  ମହାପାତ୍ର ୫.୫ ପଏଣ୍ଟ ସହ ୩୫ତମ  ସ୍ଥାନରେ ରହିଥିଲେ । ଅନ୍ୟ ଓଡ଼ିଆଙ୍କ  ମଧ୍ୟରେ ପ୍ରିଅଂଶ ଦାସ ୫ ପଏଣ୍ଟ,  ନିଲସୁ ପଟ୍ଟନାୟକ ୫ ପଏଣ୍ଟ, ସାଇନା  ସାଲୋନିକା ୨.୫ ପଏଣ୍ଟ ଓ ରାଜେଶ  ନାୟକ ୦.୫ ପଏଣ୍ଟ ପାଇଥିଲେ । ସି’  ବର୍ଗରେ ଶ୍ରେଷ୍ଠ ୧୦ ସ୍ଥାନ ମଧ୍ୟରେ  ଓଡ଼ିଶାର ଏସ୍‌.କେ ସୟଦ (୭ ପଏଣ୍ଟ,  ନବମ ସ୍ଥାନ) ରହିଥିଲେ । 

 ଏ ବର୍ଗରେ ଶ୍ରେଷ୍ଠ ୪୦ ସ୍ଥାନ  ମଧ୍ୟରେ ଥିବା ଖେଳାଳିଙ୍କ ସହ  ବିଭିନ୍ନ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ  କରାଯାଇଥିଲା । ଚାମ୍ପିଅନ ସାୟନ୍ତନଙ୍କୁ  ଟ୍ରଫି ସହ ୩ ଲକ୍ଷ, ରନର୍ସଅପ୍‌  ଦୀପ୍ତାୟନଙ୍କୁ ଟ୍ରଫି ସହ ୨ ଲକ୍ଷ, ତୃତୀୟ  ସ୍ଥାନ ହାସଲ କରିଥିବା ସମ୍ବିତଙ୍କୁ ଟ୍ରଫି  ସହ ୧ ଲକ୍ଷ ୫୦ ହଜାର ଏବଂ ଚତୁର୍ଥ  ସ୍ଥାନରେ ଥିବା ନୀଲାଶ ସାହାଙ୍କୁ ୯୦  ହଜାର ଟଙ୍କା ପୁରସ୍କାର ମିଳିଥିଲା ।  ସେମିତି ସି’ ବର୍ଗର ଚାମ୍ପିଅନଙ୍କୁ ୭୫  ହଜାର ଟଙ୍କା ସହ ଟ୍ରଫି, ରନର୍ସଅପଙ୍କୁ  ୫୦ ହଜାର ସହ ଟ୍ରଫି ଏବଂ ତୃତୀୟ  ସ୍ଥାନ ହାସଲ କରିଥିବା ଆରିତଙ୍କୁ  ୪୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ  କରାଯାଇଥିଲା । ଏହି ବର୍ଗରେ ଶ୍ରେଷ୍ଠ  ୩୫ ଜଣ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର  ପୁରସ୍କାର ପ୍ରଦାନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.