ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଗରଦପୁର ବ୍ଲକ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ, ରତ୍ନଭଣ୍ଡାର ମରାମତି ସହ ଚାରି ଦ୍ଵାର ଖୋଲିବାକୁ ଦାବି

ପାଟକୁରା, ୯/୧୧ : ଗରଦପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଗରଦପୁର ଜଗନ୍ନାଥ ମନ୍ଦିର ପରିସରରେ ସଂକୀର୍ତ୍ତନ ସତ୍ୟାଗ୍ରହ ଓ ସମୂହ ପ୍ରଦୀପ ପ୍ରଜ୍ଜ୍ଵଳନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ସହିତ ଚାରି ଦ୍ବାର ଖୋଲିବା ଏବଂ ଶାଗମାଛ ଦରରେ ବେଦାନ୍ତକୁ ଜମି ବିକ୍ରି କରିବାକୁ ପ୍ରତିବାଦ କରାଯାଇଛି। 

ଏହି ସତ୍ୟାଗ୍ରହରେ ବ୍ଲକ କଂଗ୍ରେସ କମିଟିର ସଭାପତି ଜ୍ୟୋତିରଞ୍ଜନ ପରିଡ଼ାଙ୍କ ସଭାପତିତ୍ୱରେ ପାଟକୁରା କଂଗ୍ରେସ ନେତା ଡ. ରତିକାନ୍ତ କାନୁନଗୋ ଯୋଗଦେଇ ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ଥିବା ରତ୍ନ ଗଣତି ମଣତି ସହ ଜଗନ୍ନାଥଙ୍କ ସମ୍ପତ୍ତି ବେଦାନ୍ତ ନିକଟରୁ ଫେରାଇ ଆଣିବା ପାଇଁ ଦାବି କରିଥିଲେ। ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ନିରଞ୍ଜନ ରାଉତ, ବରିଷ୍ଠ କଂଗ୍ରେସ ନେତା ସୁବାସ ସାମଲ, ପୂର୍ବତନ ସମିତିସଭ୍ୟ ଗୋବର୍ଦ୍ଧନ ସାହୁ, ଜ୍ୟୋତିରଞ୍ଜନ ନାୟକ, ପୂର୍ବତନ ବ୍ଲକ ଅଧ୍ଯକ୍ଷା ମିତା ବେହେରା, ରମାକାନ୍ତ ସ୍ବାଇଁ, ପ୍ରଫୁଲ ଦାସ, ଶିବପ୍ରସାଦ କୁଣ୍ଡୁ, ଗଜେନ୍ଦ୍ର ସେଠୀ, ଗୋଲଖ ବିହାରୀ ସାହୁ, ରଞ୍ଜନ ପରିଜା, ପ୍ରତାପ ଜେନା, ଅଶୋକ ଲେଙ୍କା, ମହିଳା ସଭାନେତ୍ରୀ ତୁଷାର କାନ୍ତି ମିଶ୍ର, ଅମରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲା। ଏହି ସତ୍ୟାଗ୍ରହକୁ ଗୟାଧର ପ୍ରଧାନ, ଶ୍ୟାମସୁନ୍ଦର ଲେଙ୍କା, ରାଜକିଶୋର ନାୟକ ଓ ପ୍ରଦୀପ ଲେଙ୍କା ପରିଚାଳନା କରିଥିଲା ବେଳେ କୁମାର ପାଣି ଧନ୍ୟବାଦ ଦେଇଥିଲେ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.