ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମସ୍ୟା ଘେରରେ ବୁଜୁଲି ବିଦ୍ୟାଳୟ , ପାଣି ପାଇଁ ଶିକ୍ଷକଙ୍କୁ ଯିବାକୁ ପଡୁଛି ୩ କି.ମି

ଦାରିଙ୍ଗବାଡି,୩/୨: ପାଣି ପାଇଁ ଡହକ ବିକଳ ସ୍କୁଲ ଛାତ୍ରଛାତ୍ରୀ । ପାଣି ମୁନ୍ଦାଏ ପାଇଁ ୩ କିଲୋମିଟର ବାଟ ଯିବାକୁ ପଡ଼ୁଛି।  ଚାଲିକି ଯାଇ ତ ଆଣି ହେଉନାହିଁ । ବାଇକ୍ ଯୋଗେ ପାଣି ବୋହିକି ଆଣିବାକୁ ପଡ଼ୁଛି । ଆଉ ଏହି କାମ କରୁଛନ୍ତି ଶିକ୍ଷକ ମାନେ। ଖାଲି ପାଣି ସମସ୍ୟା ରହିଛି ତାହା ନୁହେଁ ବରଂ ସ୍କୁଲ ରେ ରହିଛି ଅନେକ ସମସ୍ୟା ।  ଏଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବୁଜୁଲି ବିଦ୍ୟାଳୟରେ । 

ଏହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ରହିଥିବା ବେଳେ ୯୧ ଜଣ ଛାତ୍ର ଛାତ୍ରୀ ରହିଛନ୍ତି । ପିଲାଙ୍କୁ ପଢେଇବା ପାଇଁ ୫ ଜଣ ଶିକ୍ଷକ ମଧ୍ୟ ରହିଛନ୍ତି । ହେଲେ ସ୍କୁଲର ମାଳମାଳ ସମସ୍ୟା ରହିଛି । ଏହି ସ୍କୁଲର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ । ପାଣି ପାଇଁ ୩ କିଲୋମିଟର ଦୂରକୁ ଯିବାକୁ ପଡ଼ୁଛି।  ଶିକ୍ଷକ ମାନେ ନିଜ ବାଇକ୍ ଯୋଗେ ପାଣି ବୋହିକି ଆଣୁଛନ୍ତି । ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଥାଳି ଧୋଇବା ଓ ପିଇବା ପାଇଁ ପାଣି ୩ କିଲୋମିଟର ଦୂରରୁ ବୋହିକି ଆଣିବାକୁ ପଡ଼ୁଛି। ତାହା ପୁଣି ଏକ ଝରଣାରୁ ଆଣିବାକୁ ପଡ଼ୁଛି । ପାଖରେ କୂଅ ନାହିଁ କି ନଳକୂପ ମଧ୍ୟ ନାହିଁ  । ଉକ୍ତ ପାଣିରେ ହିଁ ସମସ୍ତ କାର୍ଯ୍ୟ ସମ୍ପାଦନ ହେଉଛି ।

 ସ୍କୁଲର ଅନ୍ୟ ଏକ ସମସ୍ୟା ହେଲା ଶୌଚାଳୟ । ସରକାର ପ୍ରତ୍ୟେକ ସ୍କୁଲରେ ଶୌଚାଳୟ ନିର୍ମାଣ କରୁଥିବା ବେଳେ ଏହି ସ୍କୁଲ ପାଇଁ ଶୌଚାଳୟ ସ୍ବପ୍ନ ପାଲଟିଛି ।  ଶୌଚାଳୟ ନଥିବା ଯୋଗୁଁ ଛାତ୍ରୀ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖୋଲା ସ୍ଥାନକୁ ଯିବାକୁ ପଡ଼ୁଛି । ଫଳରେ ଛାତ୍ରଛାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । 

ଉକ୍ତ ସ୍କୁଲରେ ୪ ଟି ଶ୍ରେଣୀ ଗୃହ ରହିଥିବା ବେଳେ ୨ ଗୋଟି ଶ୍ରେଣୀ ଗୃହ କାମ ଚାଲିଛି । ଫଳରେ ୨ ଟି ଶ୍ରେଣୀ ଗୃହରେ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ପିଲା ପଢ଼ୁଛନ୍ତି । ଫଳରେ ପଢାରେ ସମସ୍ୟା ସୃଷ୍ଟି ହେଉଛି । ୨ ଶ୍ରେଣୀ ଗୃହ କାର୍ଯ୍ୟ ଧିମା ଗତିରେ ଚାଲିଥିବା ହେତୁ ପିଲାଙ୍କ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି।  ଏଭଳି ଭାବେ ସ୍କୁଲରେ ଅନେକ ସମସ୍ୟା ଲାଗି ରହିଛି । ହେଲେ ବାରମ୍ବାର ଅଭିଯୋଗ ପରେ ବି ଏହାର ସମାଧାନ ହେଉ ନାହିଁ।  ବରଂ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯଥା ଶୀଘ୍ର ଉକ୍ତ ସ୍କୁଲରେ ପାନୀୟ ଜଳ ସମସ୍ୟା ସମାଧାନ ସହ ଶୌଚାଳୟ ନିର୍ମାଣ ଓ ଶ୍ରେଣୀ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଆହୁରି ପଢନ୍ତୁ : ରାସ୍ତା ଉପରେ ଯୁବକଙ୍କୁ ଟେକି କଚାଡି ମାରିଦେଲା ଦନ୍ତା, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.