ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଘରୋଇ ମଇଦାନରେ ଲଗାତାର ୧୭ଟି ଟେଷ୍ଟ ସିରିଜ୍‌ ଜିତିଲା ଭାରତ, ତାଲିକାରେ ନାହିଁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ

Image Courtesy: aajtak

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ କମାଲ କଲା ଟିମ ଇଣ୍ଡିଆ । ୫ ଓ୍ବିକେଟରେ ମ୍ୟାଚ୍‌ ଜିତିବା ସହ ସିରିଜ୍‌ କବଜା କରିଛି ଦଳ । ଏହା ସହ ଘରୋଇ ମଇଦାନରେ ଭାରତ ଲଗାତାର ୧୭ଟି ଟେଷ୍ଟ ସିରିଜ୍‌ରେ ବିଜୟୀ ହୋଇଛି । କହିବାକୁ ଗଲେ ଭାରତୀୟ ଟିମ୍‌ ନିଜ ଘରେ ଇଂଲଣ୍ଡ ବିପକ୍ଷରେ ବିଜୟର ହ୍ୟାଟ୍ରିକ୍‌ କରିଛି । ଏହା ପୂର୍ବରୁ ଇଂଲଣ୍ଡକୁ ଭାରତରେ ୨ ଥର ହରାଇଥିଲା ଟିମ୍‌ ଇଣ୍ଡିଆ ।  

ଭାରତ ଏମିତି ଏକ ଟିମ୍‌ ଯିଏ ନିଜ ଦେଶରେ ଲଗାତାର ୧୭ଟି ଟେଷ୍ଟ ସିରିଜ୍‌ ଜିତିପାରିଛି ।  ଏହା ପରେ ଦ୍ବିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ । କଙ୍ଗାରୁ ଦଳ ନିଜ ଦେଶରେ ଲଗାତାର ୧୦ଟି ଟେଷ୍ଟ ସିରିଜ୍‌ ଜିତିଛି । ହେଲେ ଅଷ୍ଟ୍ରେଲିଆ ନିଜ ମଇଦାନରେ ଦୁଇ ଥର ୧୦ଟି ଲେଖାଏଁ ସିରିଜ୍‌ ବିଜୟୀ ହେବାରେ ପ୍ରଥମ ଦଳ ।  ଅଷ୍ଟ୍ରେଲିଆ ପ୍ରଥମ ଥର ନଭେମ୍ବର ୧୯୯୪ରୁ ନଭେମ୍ବର ୨୦୦୦ ମଧ୍ୟରେ ଲଗାତାର ୧୦ଟି ସିରିଜ୍‌ରେ ବିଜୟ ହାସଲ କରିଥିଲା । ଦ୍ବିତୀୟ ଚରଣରେ ଜୁଲାଇ ୨୦୦୪ରୁ ନଭେମ୍ବର ୨୦୦୮ ମଧ୍ୟରେ ଲଗାତାର ୧୦ଟି ଟେଷ୍ଟ ସରିଜ୍‌ରେ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ ଟିମ୍‌ । 

୧. ଅଷ୍ଟ୍ରେଲିଆ: ୪-୦ରେ ଭାରତ ବିଜୟୀ, ଫେବୃଆରୀ ୨୦୧୩

୨. ଓ୍ବେଷ୍ଟ ଇଣ୍ଡିଜ୍‌: ୨-୦ରେ ସିରିଜ ଜିତିଥିଲା ଭାରତ, ନଭେମ୍ବର ୨୦୧୩

୩. ଦକ୍ଷିଣ ଆଫ୍ରିକା: ୩-୦ରେ ଭାରତ ବିଜୟୀ, ନଭେମ୍ବର ୨୦୧୫

୪.ନ୍ୟୁଜିଲାଣ୍ଡ: ୩-୦ରେ ଭାରତ ବିଜୟୀ, ସେପ୍ଟେମ୍ବର ୨୦୧୬

୫.ଇଂଲଣ୍ଡ: ୪-୦ରେ ଜିତିଥିଲା ଭାରତ, ନଭେମ୍ବର ୨୦୧୬

୬. ବଂଲାଦେଶ: ଭାରତ ୧-୦ରେ ସିରିଜ ବିଜୟୀ, ଫେବୃଆରୀ ୨୦୧୭

୭.ଅଷ୍ଟ୍ରେଲିଆ: ଭାରତ ୨-୧ରେ ସିରିଜ୍‌ ବିଜୟୀ, ଫେବୃଆରୀ ୨୦୧୭

୮. ଶ୍ରୀଲଙ୍କା: ଭାରତ ୧-୦ରେ ସିରିଜ ଜିତିଥିଲା, ନଭେମ୍ବର ୨୦୧୭

୯.ଆଫଗାନିସ୍ତାନ: ୧-୦ରେ ସିରିଜ୍‌ କବଜା କରିଥିଲା ଭାରତ, ଜୁନ ୨୦୧୮

୧୦.ଓ୍ବେଷ୍ଟ ଇଣ୍ଡିଜ୍‌: ଭାରତ ୨-୦ରେ ସିରିଜ୍‌ ବିଜୟୀ, ଅକ୍ଟୋବର ୨୦୧୮

୧୧.ଦକ୍ଷିଣ ଆଫ୍ରିକା: ୩-୦ରେ ଭାରତ ବିଜୟୀ, ଅକ୍ଟୋବର ୨୦୧୯

୧୨.ବାଂଲାଦେଶ: ଭାରତ ୨-୦ରେ ସିରିଜ୍‌ କବଜା କରିଥିଲା, ନଭେମ୍ବର ୨୦୧୯

୧୩.ଇଂଲଣ୍ଡ: ୩-୧ରେ ଭାରତ ବିଜୟୀ, ୨୦୨୦-୨୦୨୧

୧୪.ନ୍ୟୁଜିଲାଣ୍ଡ: ଭାରତ ୧-୦ରେ ସିରିଜ୍‌ ଜିତିଥିଲା, ୨୦୨୧

୧୫. ଶ୍ରୀଲଙ୍କା:  ୨-୦ରେ ବିଜୟୀ ଭାରତ, ୨୦୨୨

୧୬. ଅଷ୍ଟ୍ରେଲିଆ: ଭାରତ ୨-୧ରେ ସିରିଜ୍‌ ଜିତିଥିଲା, ୨୦୨୩

୧୭. ଇଂଲଣ୍ଡ: ଭାରତ ୩-୧ (୫)ରେ ସିରିଜ୍‌ କବଜା କରିଛି, ବାକିି ରହିଛି ଗୋଟିଏ ମ୍ୟାଚ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.