ଦାରିଙ୍ଗବାଡ଼ି, ୧୫/୯ : ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରିଗାଁ ପଞ୍ଚାୟତ ଅନ୍ତର୍ଗତ ଗୁଡ଼ିକିଆ ଗ୍ରାମରେ ଅଭାବନୀୟ ଘଟଣା। ଚୁଆଁରେ ବୁଡ଼ି ୪ ବର୍ଷର ଶିଶୁ ମୃତ। ଶିଶୁ ଜଣକ ହେଲା ଦେବେନ୍ଦ୍ର ବଳିଆରସିଂଙ୍କ ପୁଅ ପ୍ରଭାସ ବଳିଆରସିଂ।
ସୂଚନାନୁଯାୟୀ, ଗୁରୁବାର ଦିନ ୧୨ ଟା ବେଳେ ପୁଅ ପ୍ରଭାସ ଘରେ ନଥିବା ଯୋଗୁଁ ମାଆ ଚାରିଆଡେ ଖୋଜାଖୋଜି କରୁକରୁ କୁଟିମା ଚୁଆଁରେ ପହଞ୍ଚିଥିଲେ। ସେଠାରେ ପ୍ରଭାସ ଭାସୁଥିବା ଦେଖି ଗ୍ରାମବାସୀଙ୍କୁ ଡାକିଥିଲେ। ଗ୍ରାମବାସୀମାନେ ପ୍ରଭାସଙ୍କୁ ଉଦ୍ଧାର କରି ବ୍ରାହ୍ମଣୀଗାଁ ମେଡ଼ିକାଲକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ପରିବାର ଲୋକ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ନମ୍ୱର ୨/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।