ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ଆସୁଛନ୍ତି ଏଆଇସିସି ସଭାପତି ମଲିକାର୍ଜୁନ ଖଡଗେ, ଓଡ଼ିଶା ବଞ୍ଚାଅ ସମାବେଶରେ ଦେବେ ଉଦବୋଧନ

କଟକ,୨୯/୦୧: ଆସନ୍ତା ୨୯  ତାରିଖରେ ଏଆଇସିସି ସଭାପତି ମଲିକାର୍ଜୁନ ଖଡଗେ ଭୁବନେଶ୍ୱର ଆସୁଛନ୍ତି । ପିଏମ୍‌ଜି ଛକରେ ଦଳୀୟ ସମାବେଶକୁ ସଫଳ କରିବା ପାଇଁ କଂଗେସ ନେତାଙ୍କ ମହଲରେ ତତ୍ପରତା  ପ୍ରକାଶ ପାଇଛି । ଉକ୍ତ କାର୍ଯ୍ୟକ୍ରମରେ କଟକରୁ  ବହୁ କଂଗ୍ରେସ କର୍ମୀ ସାମିଲ୍‌ ହେବେ । ତେବେ ଭୁବନେଶ୍ୱର ପିଏମ୍‌ଜି ଛକ ସମାବେଶରେ କର୍ମୀ ଏବଂ ଦଳୀୟ ସମର୍ଥକଙ୍କୁ ପହଞ୍ଚାଇବା ପାଇଁ  ବିଧାୟକ ଇଂ ମହମ୍ମଦ ମୋକିମ ଏବଂ ନଗର  ସଭାପତି ସୁରେଶ ମହାପତ୍ରଙ୍କ ପୃଥକ୍‌ ପ୍ରସ୍ତୁତି ଚାଲିଛି । ଉଭୟ ନେରା ଦଳବଳ ନେଇ ରାଜ୍ୟ ନେତାଙ୍କ ପାଖରେ ନିଜ ପତିଆରା ଦେଖାଇବା  ଲାଗି ପ୍ରସ୍ତୁତ ହେଉଛନ୍ତି । ଖଡ୍‌କେଙ୍କ  କାର୍ଯ୍ୟକ୍ରମରେ ମୋକିମ୍‌ ୫ ହଜାର କର୍ମୀଙ୍କୁ  ଭୁବନେଶ୍ୱର ନେବା ଲାଗି ଲକ୍ଷ୍ୟ ରଖିଥିବା ସେ  କହିଛନ୍ତି । ଏ ନେଇ ମୋକିମ୍‌ଙ୍କ କ୍ୟାମ୍ପ୍‌ରେ  ଆଜି ଏକ ପ୍ରସ୍ତୁତି ବୈଠକ ବସିଥିଲା ।  

ଏଥିରେ ପୂର୍ବତନ ନଗର କଂଗ୍ରେସ  କମିଟି ସଭାପତି ଗିରିବାଳା ବେହେରା,  କର୍ପୋରେଟର ସନ୍ତୋଷ କୁମାର ଭୋଳ,  ସୁବାଶିଷ ପଟ୍ଟନାୟକ, ଲିଜାରାଣୀ ରାଉତ,  ଭାନୁ ସେନାପତି, ସ୍ୱର୍ଣ୍ଣପ୍ରଭା ପଶାୟତ, ଜେ.  କାମେଶ୍ୱର ରାଓ, ଜନାର୍ଦ୍ଦନ ପରିଡ଼ା, ବରିଷ୍ଠ  କଂଗ୍ରେସ ନେତା ମଜିଦ ଖାନ, ସେକ ଲିଆକତ  ଉଦ୍ଦିନ ଅହମ୍ମଦ, ନିକୁଞ୍ଜ ପଶାୟତ, ବିଶ୍ୱଜିତ  ଦାସ, କେଦାର ପୃଷ୍ଟି, ଚାରୁଲତା ସାହୁ, ଶରତ  ସେଠୀ, ମହମ୍ମଦ ଅଲିମ, ଅନିଲ ବେଉରା,  ଆର୍ଯ୍ୟବୀର ଲେଙ୍କା, ବିକି ଚକ୍ରବ୍ରର୍ତ୍ତୀ, ବିଜୟ  ନାୟକ, ଲୀନା ମହାପାତ୍ର, ଜୟଶ୍ରୀ ସାମଲ,  ଇର୍ସାଦ ଖାନ, ସୟେଦ ରମଜାନ ଅଲ୍ଲୀ ପ୍ରମୁଖ  ଅଂଶଗ୍ରହଣ କରିଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.