ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ

ଭୁବନେଶ୍ୱର ୨୬/୦୨: ରାଜ୍ୟରେ ଆହୁରି ତିନି ଦିନ ବର୍ଷା  ହେବ । ୨୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।  ତେବେ ଉପକୂଳର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୮ ତାରିଖ ଯାଏ  ପାଗ କୋହଲା ରହିପାରେ । 

ରବିବାର ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର କିଛି  ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସନ୍ଧ୍ୟା  ସୁଦ୍ଧା ବାଲେଶ୍ୱରରେ ୧୦.୫ମିମି ବର୍ଷା ହୋଇଛି । ଭବାନୀପାଟଣାରେ  ୭.୬ମିମି ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାର ବାଣପୁରରେ ୧୦୫ମିମି ବର୍ଷା ହୋଇଛି । ଗଞ୍ଜାମର ବେଲଗୁଣ୍ଠାରେ  ୯୬.୬, ଚିଲିକାରେ ୫୪, ଗଞ୍ଜାମର ବୁଗୁଡ଼ାରେ ୪୮, ଭଞ୍ଜନଗରରେ  ୩୮, ଦାରିଙ୍ଗିବାଡ଼ିରେ ୨୦ ଓ ଟିଟିଲାଗଡ଼ରେ ୧୫ମିମି ବର୍ଷା ରେକର୍ଡ  ହୋଇଛି । ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା  କମିଛି । ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୫.୨ ଡିଗ୍ରୀ  ରହିଛି । ରାୟଗଡ଼ାରେ ୩୪.୪ ଓ ପାରଳାଖେମୁଣ୍ଡିରେ ୩୪.୨ ରହିଛି ।  

ସୋମବାର ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ  ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାର ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର,  ଅନୁଗୁଳ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ରେ  ହାଲୁକା ବର୍ଷା ହୋଇପାରେ । ୨୭ରେ ଉପକୂଳ ଓଡ଼ିଶା ଓ ଉତ୍ତର  ଉପକୂଳ ସହିତ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,  ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା  ସମ୍ଭାବନା ଅଛି । ୨୭ରେ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ  ବର୍ଷା ହୋଇପାରେ । 

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ  ଡ. ଶରତ ସାହୁ କହିଛନ୍ତି, ବାୟୁମଣ୍ଡଳ ଉପରଭାଗରେ ରାତି ସମୟରେ ତାପମାତ୍ରା ବହୁତ ଥଣ୍ଡା ରହୁଛି । ଏଥିପାଇଁ ରାତି ସମୟରେ  ହିଁ ବର୍ଷା ହେଉଛି। ୨୮ ତାରିଖ ଯାଏ କୋହଲା ପାଗ ଜାରି ରହିବ ।  ୪ ତାରିଖ ଯାଏ ଦିନ ତାପମାତ୍ରା କମ୍‌ ରହିବ ବୋଲି ସେ କହିଛନ୍ତି ।

  • prameyanews
  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.