ବେଙ୍ଗାଲୁରୁ- ବେଙ୍ଗାଲୁରୁର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ ମହାକାଶ କେନ୍ଦ୍ରରୁ ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ ବାହାରି ଯାଇଛି। ଆଗାମୀ ୪ ମାସରେ ଭାରତର ପ୍ରଥମ ସୂର୍ଯ୍ୟ ଯାନ ପୃଥିବୀରୁ ୧୫ ଲକ୍ଷ କିଲୋମିଟରଦୂର ମହାକାଶରୁ ସୂର୍ଯ୍ୟର ଅଧ୍ୟୟନ କରିବ। ଇସ୍ରୋର ଅନୁସାରେ , ଆଦିତ୍ୟ ଏଲ-୧ ପାଖାପାଖି ୫ ବର୍ଷ ଯାଏ ସୂର୍ଯ୍ୟଙ୍କୁ ତନ୍ନ ତନ୍ନ କରି ବିଶ୍ଳେଷଣ କରିବ। ଏହା ସୂର୍ଯ୍ୟଙ୍କ ଠାରୁ ନିଶ୍ଚୟ ଲକ୍ଷ ଲକ୍ଷ କିଲୋମିଟର ଦୂରତାରେ ରହିବ , କିନ୍ତୁ ଆଦିତ୍ୟ ଏଲ-୧ର ଅଧ୍ୟୟନ ଭାରତର ଆଗାମୀ ମିଶନ ପାଇଁ ମହତ୍ତ୍ୱପୂର୍ଣ୍ଣ ମନେକରାଯାଉଛି। ଆଦିତ୍ୟ ଏଲ-୧ ମାଧ୍ୟମରେ ପ୍ରଥମ ଥର ଇସ୍ରୋର ବୈଜ୍ଞାନିକମାନେ ସୂର୍ଯ୍ୟ ମିଶନ ପାଇଁ କୌଣସି ଯାନ ପଠାଇପାରିଛି । ଏହାର ପଛରେ ନିଃସନ୍ଦେହରେ ବୈଜ୍ଞାନିକଙ୍କର ବର୍ଷ ବର୍ଷର ପରିଶ୍ରମ ଓ ନିଷ୍ଠା ରହିଛି। ମିଶନର ପ୍ରାରମ୍ଭିକ ପର୍ଯ୍ୟାୟରେ ଏମିତି କଥା ବି ଥିଲା , ଯାହାକି ଶୁଣିବାରେ ଅଜବ ଲାଗିବ , କିନ୍ତୁ ଏହି କାମ ମିଶନକୁ ସଫଳ କରିଛି।
ରିପୋର୍ଟ ମୁତାବିକ , ସୌର ମିଶନର ମୁଖ୍ୟ ପେଲୋଡରେ କାମ କରୁଥିବା ଟିମ୍ର ବୈଜ୍ଞାନିକମାନେ ଓ ଇଂଜିନିୟଙ୍କୁ ପରଫ୍ୟୁମ୍ ଲଗାଇ ଆସିବାକୁ ଦୃଢ଼ ଭାବେ ମନା ଥିଲା । ଏହାର ପଛରେ ଥିବା ବୈଜ୍ଞାନିକ କାରଣ ।
ଭାରତୀୟ ଜ୍ୟୋତିର୍ବିଜ୍ଞାନ ପ୍ରତିଷ୍ଠାନର ଟିମ୍ । ସାମିଲ ଥିଲେ ବୈଜ୍ଞାନିକ ଓ ଇଂଜିନିୟର। ଏହି ଲୋକଙ୍କ ପାଇଁ କାମ ବେଳେ ପରଫ୍ୟୁମ୍ ବା କୌଣସି ବି ପ୍ରକାରର ସୁଗନ୍ଧିତ ଜିନିଷ ଲଗାଇ ଆସିବାକୁ ମନା ଥିଲା। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ , ଏହା ଏଥିପାଇଁ କାରଣ ଅତରର ଗୋଟିଏ ବି କଣିକା ଆଦିତ୍ୟର ମୁଖ୍ୟ ପେଲୋଡ-ଭିଜିବଲ ଏମିଶନ ଲାଇନ୍ କୋରୋନାଗ୍ରାଫ୍ ( ଭିଇଏଲସି)କୁ ପ୍ରସ୍ତୁତ କରିବାରେ ଗବେଷକଙ୍କ କାମରେ ବାଧା ସୃଷ୍ଟି କରିପାରେ।
ଇସ୍ରୋ ସୌର ମିଶନ ଆଦିତ୍ୟ-ଏଲ ୧ ର ମୁଖ୍ୟ ପେଲୋଡକୁ ପ୍ରସ୍ତୁତ କରିବା ପାଇଁ ପୂରା ଷ୍ଟେରିଲାଇଜ୍ ବାତାବରଣ ପ୍ରସ୍ତୁତ କରିଥିଲେ। ବୈଜ୍ଞାନିକ ଓ ଇଂଜିନିୟରମାନେ ଏହି ସମୟରେ କ୍ଲିନରୁମ୍ରେ କାମ କରୁଥିଲେ , ଏମିତି ରୁମ୍ରେ ହସ୍ପିଟାଲର ଆଇସିୟୁରୁ ୧ ଲକ୍ଷ ରୁମ୍ ଅଧିକ ସ୍ୱଚ୍ଛ ଥିଲା। ଏଥିରେ ଆପଣ ଅନ୍ଦାଜା ଲଗେଇ ପାରିବେ କି କାମ ବେଳେ ଟିମ୍କୁ କିପରି ସମସ୍ୟା ଓ ସାବଧାନତା ଅବଲମ୍ୱନ କରିବାକୁ ପଡ଼ିଥିବ। ଟିମ୍ର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରଦୂଷଣ ଠାରୁ ରକ୍ଷା ପାଇବା ପାଇଁ ସ୍ପେସ୍ ମ୍ୟାନ ସୁଟ୍ ପିନ୍ଧିବାକୁ ପଡ଼ିଛି ଏବଂ ଏମିତି କି ଅଲଟ୍ରାସୋନିକ ସଫେଇ ମଧ୍ୟଦେଇ ଯିବାକୁ ପଡ଼ିଛି।
ବିଇଏଲସି ଟେକନିକ୍ ଟିମର ମୁଖ୍ୟ ନାଗାବୁଶାନା ଏସ୍ କହିଛନ୍ତି , ଏହାକୁ (କ୍ଲିନରୁମ୍) ହସ୍ପିଟାଲର ଆଇସିୟୁରୁ ୧ ଲକ୍ଷ ଗୁଣ ଅଧିକ ସଫା ରଖିବାକୁ ପଡ଼ୁଥିଲା। ଆମେ HEPA ( ଉଚ୍ଚ ଦକ୍ଷତା ସଂପନ୍ନ ପାର୍ଟିକୁଲେଟ୍ ଏୟାର) ଫିଲଟର , ଆଇସୋପ୍ରୋପିଲ ଅଲକୋହଲ (୯୯ ପ୍ରତିଶତ କେନ୍ଦ୍ରିତ) ଓ କଠୋର ପ୍ରୋଟୋକଲକୁ ଫଲୋ କରିଥିଲେ ,ଏଇଥି ପାଇଁ କି ଏହାକୁ ସୁନିଶ୍ଚିତ କରାଯାଇ ପାରିବ କି କୌଣସି ବି ବାହାରର କଣିକା କାମରେ ବ୍ୟବଧାନ ସୃଷ୍ଟି ନକରୁ। ଭିଇଏଲସି ଟେକନିକ୍ର ଟିମ୍ ସଦସ୍ୟ ଆଇଆଇଏର ସନଲ କୃଷ୍ଣା କହିଛନ୍ତି , ଏହା ଏଥିପାଇଁ କାରଣ ଗୋଟିଏ ଗୋଟିଏ କଣିବାକୁ ଶେଷ କରିବାକୁ ଅନେକ ଦିନର ପରିଶ୍ରମ ବୃଥା ଯାଇଥାନ୍ତା।
ସେ କହିଛନ୍ତି , ବୈଜ୍ଞାନିକଙ୍କୁ ୬ଘଣ୍ଟାର ସିଫ୍ଟରେ କାମ କରୁଥିଲେ ଏବଂ ସଫେଇ କକ୍ଷରେ ଔଷଧୀୟ ସ୍ପ୍ରେର ମଧ୍ୟ ବ୍ୟବହାର କରି ନଥିଲେ । ଏହା ଏକ ଏମିତି ଉପାୟ , ଯାହାକୁ ଇସ୍ରୋର ବୈଜ୍ଞାନିକମାନେ ମଧ୍ୟ ଆପଣାଇ ନଥିଲେ।