ପ୍ରମୁଖ ଖବର
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

‘ପ୍ରମେୟ’ କୁଇଜ୍‌ରେ ମହାତ୍ମା ଗାନ୍ଧୀ, ବିଜେତା ହେବାକୁ ପ୍ରତିଯୋଗୀଙ୍କ ଭିତରେ ଛକାପଞ୍ଝା

ଭୁବନେଶ୍ୱର, ୬।୧୨: ପୁସ୍ତକ ମେଳାରେ ମଙ୍ଗଳବାର ଅପରାହ୍ନରେ ଛାତ୍ରଛାତ୍ରୀ, ଯୁବପିଢ଼ି ମୁହାଁଇଥିଲେ ୧୧ ନମ୍ବର ଷ୍ଟଲ୍‌ ‘ପ୍ରମେୟ’କୁ । ଷ୍ଟଲ୍‌ରେ ଚାଲିଥିଲା ସଭିଙ୍କ ପ୍ରିୟ ମଣିଷ ମହାତ୍ମା ଗାନ୍ଧିଙ୍କ ଉପରେ କୁଇଜ୍‌ ପ୍ରତିଯୋଗିତା । କୁଇଜ୍‌ ମାଷ୍ଟର ଗାନ୍ଧିଙ୍କ ଉପରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରୁଥାନ୍ତି । ଏହାପରେ ଷ୍ଟଲ୍‌ ସମ୍ମୁଖରେ ଉତ୍ସୁକ ଛାତ୍ରଛାତ୍ରୀ ଓ ପୁସ୍ତକପ୍ରେମୀଙ୍କ ହାତ ଉପରକୁ ଉଠିଯାଉଥିଲା । କିଏ ପ୍ରଥମେ ଉତ୍ତର ଦେଇ ବିଜୟୀ ହେବ ତାକୁ ନେଇ ଚାଲିଥିଲା ଛକାପଞ୍ଝା । ଯିଏ ପୁରସ୍କାର ପାଉଥିଲା ଖୁସିରେ ଉତ୍‌ଫୁଲ୍ଲିତ ହୋଇଉଠିଥିଲା । ଆଉ ଯିଏ ପୁରସ୍କାର ପାଉ ନ ଥିଲେ ପ୍ରସ୍ତୁତି ସହ ଅନ୍ୟ ଏକ ରାଉଣ୍ଡକୁ ଅପେକ୍ଷା କରୁଥିଲେ । 

ଗତକାଲିର କୁଇଜ୍‌ରେ ବହୁମାତ୍ରାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ୧୫ ଜଣ ବିଜେତାଙ୍କୁ ମହାତ୍ମା ଗାନ୍ଧୀଙ୍କ ପୁସ୍ତକ ଓ ଖବରକାଗଜ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ଭୁବନେଶ୍ୱରରେ ପାଠ ପଢ଼ୁଥିବା ନୟାଗଡ଼ ଜିଲ୍ଲାର ଶ୍ରଦ୍ଧାଞ୍ଜଳି ମହାନ୍ତି ପୁରସ୍କୃତ ହୋଇ କହିଛନ୍ତି, ‘ପ୍ରମେୟ’ର ଏଭଳି ଏକ ନିଆରା ପ୍ରୟାସକୁ ମୁଁ ଧନ୍ୟବାଦ ଦେଉଛି । ଏହା ମାଧ୍ୟମରେ ଯୁବପିଢି ମହାତ୍ମାଙ୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଉଛନ୍ତି । କୁଇଜ୍‌ରେ ଶୁଭମ ଦାସ, ଅନୀଲ କୁମାର ପାଢ଼ୀ, ଆୟୁଷ୍ମାନ ତ୍ରିପାଠୀ, ପ୍ରଭାତ କୁମାର ସ୍ୱାଇଁ, ସନ୍ତୋଷ କୁମାର, କୃଷ୍ଣ କୁମାର ସାହୁ, ସତ୍ୟଜିତ ବିଶ୍ୱାଳ, ସୁଶ୍ରୀ ସୁନୈନା ମହାରଣା, ବାସୁଦେବ ବେହେରା, ସଦାଶିବ ମହାରଣା, ଜ୍ଞାନରଞ୍ଜନ ପଟ୍ଟନାୟକ ଠିକ୍‌ ଉତ୍ତର ଦେଇ ପୁରସ୍କାର ଜିତିଥିଲେ । କାର୍ଯ୍ୟକ୍ରମରେ ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.