ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦିଲ୍ଲୀରେ ଏକାକୀ ବିଧାନସଭା ନିର୍ବାଚନ ଲଢିବ ଆମ୍ ଆଦମୀ ପାର୍ଟି, କେବଳ ଲୋକସଭା ପାଇଁ କଂଗ୍ରେସ ସହ ହୋଇଥିଲା ମେଣ୍ଟ...

Image source: NDTV

ନୂଆଦିଲ୍ଲୀ: ଦିଲ୍ଲୀରେ ଏକାକୀ ବିଧାନସଭା ନିର୍ବାଚନ ଲଢିବ ଆମ୍ ଆଦମୀ ପାର୍ଟି । ଆଜି (ଗୁରୁବାର) ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଦଳର ବରିଷ୍ଠ ନେତା ଗୋପାଳ ରାୟ କହିଛନ୍ତି ଯେ, ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ ହୋଇଥିଲା । ହେଲେ ଆମେ ଏବେ ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବୁ । ଦଳ ଏଭଳି ସମୟରେ ଏହି ନିଷ୍ପତ୍ତି ନେଇଛି, ଯେଉଁ ସମୟରେ ଦଳର ସଂଯୋଜକ ତଥା ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ଜେଲରେ ଅଛନ୍ତି।

ସୂଚନାଥାଉକି, ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମେଣ୍ଟ କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଦିଲ୍ଲୀ ବ୍ୟତୀତ ଗୁଜୁରାଟ, ହରିୟାଣା ଏବଂ ଚଣ୍ଡିଗଡ଼ରେ ମଧ୍ୟ ଲୋକସଭା ନିର୍ବାଚନ ପାଇଁ ମିଳିତ ମଞ୍ଚ ଗଠନ କରାଯାଇଥିଲା । ଦିଲ୍ଲୀ, ଗୁଜୁରାଟ ଏବଂ ହରିୟାଣାରେ ଆମ୍ ଆଦମୀ ପାର୍ଟି ଗୋଟିଏ ବି ଆସନ ଜିତି ନାହିଁ । ଦଳ କେବଳ ପଞ୍ଜାବରେ ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ସେଠାରେ ଦଳ ତିନୋଟି ଲୋକସଭା ଆସନ ଜିତିଛି । 

ଏହା ସହିତ ଗୋପାଳ ରାୟ କହିଛନ୍ତି, "ଆଜି ବିଧାୟକଙ୍କ ସହ ଏକ ବୈଠକ ହୋଇଛି। ଆସନ୍ତାକାଲି ସମସ୍ତ କାଉନସିଲରଙ୍କ ସହ ଏକ ବୈଠକ ହେବ ଏବଂ ଜୁନ୍ ୧୩ରେ ଦିଲ୍ଲୀର ସମସ୍ତ କର୍ମଚାରୀଙ୍କ ସହ ଏକ ବଡ ବୈଠକ ହେବ । ଆଦର୍ଶ ଆଚରଣ ବିଧି ପାଇଁ ବିକାଶ କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.