ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଂଗ୍ରେସର ଫଳାଫଳ ଦେଖି ପାକ୍ କ୍ରିକେଟରଙ୍କ କଟାକ୍ଷ, କହିଲେ- ପନୌତି କିଏ ?

ନୂଆଦିଲ୍ଲୀ,୩।୧୨: ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବମ୍ପର ବିଜୟ ଆଡକୁ ଅଗ୍ରସର ହେଉଛି ବିଜେପି। କଂଗ୍ରେସ ପାର୍ଟି ପଛୁଆ ଥିବବେଳେ ସୋସିଆଲ ମିଡିଆରେ ବିଜେପି ସମର୍ଥକମାନେ କରିଛନ୍ତି ଟାର୍ଗେଟ। ତେବେ ଏସବୁ ଭିତରେ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିସ୍‌ କନେରିଆ କାହା ନାଁ ନନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ  ଏକ୍ସରେ ପଚାରିଛନ୍ତି, ପନୌତି କିଏ ? ଉଲ୍ଲେଖନୀୟ ଯେ, ବିଧାନସଭା ନିର୍ବାଚନ ବେଳେ କ୍ରିକେଟ ଓ୍ବାର୍ଲ୍ଡକପ୍‌ର ଫାଇନାଲ ଖେଳା ଯାଇଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍‌କୁ ଅଷ୍ଟେ୍ରଲିଆଠାରୁ ପରାଜିତ ହୋଇଥିଲା। ଭାରତ ହାରିବା ପାଇଁ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଥିଲେ।

ରାହୁଲ ଗାନ୍ଧି ଏକ ରାଲି ବେଳେ କହିଥିଲେ, ଟିମ୍ ଇଣ୍ଡିଆର ଖେଳାଳି ଭଲ ଖେଳୁଥିଲେ, ହେଲେ ପନୌତି ପହଞ୍ଚିକି ହରାଇ ଦେଲା।’ ଏହାପରେ କଂଗ୍ରେସର ସବୁ ବଡ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ପନୌତି ଶବ୍ଦର ବ୍ୟବହାର କରିବାରେ ଲାଗିଥିଲେ। ସୋସିଆଲ ମିଡିଆରେ ବିଜେପି ସମର୍ଥକ କଂଗ୍ରେସକୁ ପରାଜୟ ପାଇଁ ଟାର୍ଗେଟ କରିଛନ୍ତି। ସେମାନେ ସୋସିଆଲ ମିଡିଆରେ ପଚାରିଛନ୍ତି, ଏବେ କୁହ ପନୌତି କିଏ ?

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଏକ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରି 'ପନୌତି' ବୋଲି କହିଥିଲେ। ଭାରତ ବିଶ୍ୱକପ୍‌ ହାରିବା ପରେ ସେ ଏଭଳି ଶବ୍ଦ ବ୍ୟବହାର କରି ମୋଦିଙ୍କୁ ଟାର୍ଗେଟ୍‌ କରିଥିଲେ। ଟିମ୍‌ ଇଣ୍ଡିଆରେ ଖେଳାଳି ଜିତିଥିଲେ କିନ୍ତୁ ପନୌତି ସେଠାରେ ପହଞ୍ଚି ସେମାନଙ୍କୁ ହରାଇଦେଲେ ବୋଲି ରାହୁଲ କହିଥିଲେ। ଏହାକୁ ନେଇ ରାଜନୀତି ଜୋର ଧରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.