ଭୁବନେଶ୍ୱର,୨୦/୦୮: ଭୁବନେଶ୍ୱରସ୍ଥିତ ଅନ୍ୟତମ ଅଗ୍ରଣୀ ପୁରୁଷ ପରିଧାନ ସୋ’ରୁମ୍ ଆଲିଶାନ ପକ୍ଷରୁ ଆରମ୍ଭ ହୋଇଛି ସୁପର ଆନୁଆଲ ସେଲ୍ । ଏହି ସେଲ୍ ଅନ୍ତର୍ଗତ ଆଲିଶାନ ବିଭିନ୍ନ ଲୋକପ୍ରିୟ ବ୍ରାଣ୍ଡ ଯେପରିକି କଲର୍ପ୍ଲସ, ପାର୍କ ଆଭେନ୍ୟୁ, ପାର୍କ୍ସ, ଆଲେନ୍ସୋଲି, ଭ୍ୟାନ୍ହୁସେନ୍, ଲୁଇଫିଲିପ୍, ଲିଭାଇସ, ରେମଣ୍ଡ, ବ୍ଲାକ୍ବେରୀ, ୟୁଏସ୍ପୋଲୋ, ଟର୍ଟଲ, ଆରୋ, ମୁଫ୍ଟି, ବିଙ୍ଗ୍ ହ୍ୟୁମାନ, ସିଲିଓ, ରେୟାର୍ ରାବିଟ୍, କିଲର୍ ଭଳି ବ୍ରାଣ୍ଡର ଫର୍ମାଲ୍, କାଜୁଆଲ୍ ଓ ପାର୍ଟି ପରିଧାନ ଏବଂ ବିଭିନ୍ନ ପାରମ୍ପରିକ ଉତ୍ସବ ପରିଧାନ ଉପରେ ପ୍ରାୟ ୫୦% ପର୍ଯ୍ୟନ୍ତ ରିହାତି ସହ "ଗୋଟିଏ କିଣିଲେ ଆଉ ଏକ ମାଗଣା', "ଦୁଇଟି କିଣିଲେ ଦୁଇଟି ମାଗଣା' ଆଦି ଅଫର ପ୍ରଦାନ କରୁଛି ।
ଏହି ସୋ'ରୁମରେ ସମସ୍ତ ବର୍ଗର ଏବଂ ସମସ୍ତ ଉତ୍ସବ ନିମନ୍ତେ ବିଭିନ୍ନ ଡିଜାଇନର ପରିପାଟୀ ସମ୍ଭାର ରହିଛି । ଗୋଟିଏ ଛାତ ତଳେ ପୁରୁଷ ସମ୍ଭାରରେ ୪୦ରୁ ଊଦ୍ଧ୍ୱର୍ ଅନ୍ତର୍ଜାତୀୟ ବ୍ରାଣ୍ଡ ପାଇପାରିବେ ଗ୍ରାହକ । ଆଲିଶାନ ଗ୍ରାହକଙ୍କୁ "ଆଲିଶାନ ଲୁକ୍' ପ୍ରଦାନ କରିବାରେ ବିଶ୍ୱାସ ରଖୁଥିବା ବେଳେ ଅନ୍ୟ କେତେକ ବ୍ରାଣ୍ଡ ଉପରେ ଫ୍ଲାଟ୍ ୩୦% ଏବଂ ଫ୍ଲାଟ୍ ୪୦% ପର୍ଯ୍ୟନ୍ତ ରିହାତି ଦେଉଛି । ଆଲିଶାନର ପ୍ରୋପାଇଟର ଯୁଗଳ ଅଗ୍ରୱାଲ ଏହି ସୁପର ଆନୁଆଲ ସେଲ ସମ୍ପର୍କରେ ଖୁସି ବ୍ୟକ୍ତ କରିବା ସହ ଏ ଆକର୍ଷଣୀୟ ଅଫର ଗ୍ରାହକଙ୍କ ମନରେ ବେଶ୍ ଉଲ୍ଲାସ ଆଣିଦେବ ବୋଲି ଆଶାପ୍ରକାଶ କରିଛନ୍ତି।