ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଡୋଡାରେ ଏନକାଉଣ୍ଟର: ସେନାର କ୍ୟାପଟେନ୍ ସହିଦ, ମିଳିଲା ଆତଙ୍କବାଦୀଙ୍କ ରକ୍ତ ଜୁଡୁବୁଡୁ ବ୍ୟାଗ୍

ନୂଆଦିଲ୍ଲୀ,୧୪।୮: ଜମ୍ମୁ କଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀ ଓ ସେନା ମଧ୍ୟରେ ସଂଘର୍ଷ। ବୁଧବାର ଆତଙ୍କବାଦୀଙ୍କ ସହ ସଂଘର୍ଷ ବେଳେ ୪୮ ରାଷ୍ଟ୍ରୀୟ ରାଇଫଲ୍ସର  ଜଣେ କ୍ୟାପଟେନ୍ ସହିଦ ହୋଇଛନ୍ତି। ସେଭଳି ସେନାର ପାଲଟା ଆକ୍ରମଣରେ ୪ ଆତଙ୍କବାଦୀ ନିହତ ହୋଇଥିବାର କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ସେମାନଙ୍କ ମୃତଦେହ ମିଳିପାରିନି।

ବୁଧବାର ସକାଳ ୭.୩୦ରୁ ପୁଣି ଡୋଡାରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏବେ ବି ଗୁଳି ବିନିମୟ ଜାରି ରହିଥିବା ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଛି। ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳରେ ଥିବା ଜଣାପଡିବା ପରେ  କ୍ୟାପ୍ଟେନ ଦୀପକ ସିଂହଙ୍କ ନେତୃତ୍ୱରେ ଅପରେସନକୁ ଆହୁରି ଜୋରଦାର କରାଯାଇଥିଲା। କ୍ୟାପ୍ଟେନ ଦୀପକ ହେଉଛନ୍ତି ଆର୍ମିର କ୍ରପ୍ସ ଅଫ ସିଗ୍ନାଲର ସଦସ୍ୟ। ସେ ୪୮ ରାଷ୍ଟ୍ରୀୟ ରାଇଫଲ୍ସକୁ ଡେପୁଟେସନରେ ଯାଇଥିଲେ। ଆଜି ତାଙ୍କୁ ଫିଲ୍ଡ ମେଜର ଭାବେ ପୂରା ଅପରେସନର ନେତୃତ୍ୱ ମିଳିଥିଲା। ସେ ନିଜର ୟୁନିଟ ସହ ଆଗକୁ ବଢ଼ୁଥିବା ବେଳେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ସ୍ଥାନରୁ ରକ୍ତ ଜୁଡୁବୁଡୁ ୪ଟି ବ୍ୟାଗ୍ ଜବତ କରାଯାଇଛି, ଯେଉଁଥିରୁ ଜଣାପଡିଛି ଯେ, ଜୈଶର ୪ ଆତଙ୍କବାଦୀ ଗୁରୁତର ଭାବରେ ଆହତ ହୋଇଛନ୍ତି। ଯେଉଁ ପର୍ଯ୍ୟନ୍ତ ମୃତଦେହ ଜବତ ହୋଇନି, ସେ ପର୍ଯ୍ୟନ୍ତ ସେମାନେ ମୃତ କି ଜୀବିତ ତାହା କହିବା କଷ୍ଟକର। ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.