ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫାଶରେ ପଡ଼ି ଶିକାରୀଙ୍କ ଜୀବନ ଗଲା, ମୃତ୍ୟୁ ରହସ୍ୟ ଲୁଚାଇବାକୁ ମୃତଦେହ ଫୋପାଡିଦେଲେ ୫ ସହଯୋଗୀ

ଅସ୍ତରଙ୍ଗ, ୨୭/୦୪ : ବନ୍ୟଜନ୍ତୁଙ୍କ ପାଇଁ ବିଛା ହୋଇଥିବା ଫାଶରେ ପଡ଼ି ଶିକାରୀ ମୃତ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଇସିଣିଆ ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ରାଧୁ ସ୍ୱାଇଁ। ଗତ ୧୬ ତାରିଖ ଠାରୁ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଘର ନିକଟ କିଛି ଦୂରରେ ରାଧୁ ସ୍ୱାଇଁ ଓ ୫ଜଣ ସହଯୋଗୀ ବନ୍ୟଜନ୍ତୁ ଶିକାର କରିବା ପାଇଁ ବିଦ୍ୟୁତ  ତାର ବିଛାଇଥିଲେ। କିନ୍ତୁ ଅନ୍ୟମନସ୍କ ଯୋଗୁଁ ବିଦ୍ୟୁତ ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥିଲା। ଏହା ଦେଖି ୫ ସହଯୋଗୀ ମୃତ୍ୟୁ ରହସ୍ୟ ଲୁଚାଇବାକୁ ଯାଇ ରାଧୁଙ୍କ ମୃତଦେହ ନିକଟସ୍ଥ ସମୁଦ୍ରକୁ ଫୋଫାଡ଼ିବା ସହ କାଠ ହାଣିବାକୁ ନେଇଥିବା ଟାଙ୍ଗିଆ ଓ ଅସ୍ତ୍ରଶସ୍ତ୍ରକୁ ସମୁଦ୍ରକୁ ଫୋଫାଡ଼ି ଦେଇଥିଲେ।

ରାଧୁ ସ୍ୱାଇଁଙ୍କ ମୃତଦେହ ସମୁଦ୍ରରେ ଭାସି ଗୁଣ୍ଡଳବା ସମୁଦ୍ର କୂଳ ନିକଟରେ ୧୭ ଅପ୍ରେଲ ଲାଗିଥିଲା। ଯାହାକୁ ନେଇ ନିକଟସ୍ଥ ଲୋକ ପୋଲିସ ଖବର ଦେଇଥିଲେ। ରାଧୁଙ୍କ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ କରାଯାଇଥିଲା। ଅସ୍ତରଙ୍ଗ ପୋଲିସ, ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ଦେଖିବା ସହ ରାଧୁସ୍ୱାଇଁଙ୍କ ମୃତ୍ୟୁ କାରଣ ରହସ୍ୟ ଖୋଜିଥିଲେ। 

ବିଶେଷ ସୂତ୍ରରୁ ଖବର ପାଇ ପୋଲିସ କିଛି ବ୍ୟକ୍ତି ବିଶେଷଙ୍କୁ ନେଇ ତଦନ୍ତ କରିଥିଲା। ଏହାପରେ ସତ ସାମ୍ନାକୁ ଆସିଥିଲା। ରାଧୁସ୍ୱାଇଁ ସମେତ ୫ ଅଭିଯୁକ୍ତ ଗତ ୪ ମାସ ତଳେ ୪୦କିଗ୍ରାର ବାରହା ମାରି ମାଂସ ଖାଇଥିଲେ। ପୁନର୍ବାର ବନ୍ୟଜନ୍ତୁ ମାଂସ ଲୋଭରେ ବିଦ୍ୟୁତ ତାର କରେଣ୍ଟ ଦେଇ ବିଛାଇଥିଲେ। ଯେଉଁଥିରେ ପଡି ନିଜେ ରାଧୁ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିଲା। ତେବେ ଘଟଣା ସ୍ଥଳରୁ ଅଭିଯୁକ୍ତମାନଙ୍କ ସିନ୍ ରିକ୍ରିଏସନ କରିବା ସମୟରେ ୪୦ମିଟର ତାର ଜବତ ହୋଇଛି। ଅଭିଯୁକ୍ତ ଚିନ୍ମୟ ଓ ନରେନ୍ଦ୍ରଙ୍କ ଫୋନ ଜବତ କରିଛି ପୋଲିସ। ୫ଜଣ ଅଭିଯୁକ୍ତ ଜିଲୁ କାଣ୍ଡି ଓରଫ ଚିନ୍ମୟ (୨୯ ବର୍ଷ), ମିଥୁନ କାଣ୍ଡି (୩୧ ବର୍ଷ), ଛବିନ୍ଦ୍ର କାଣ୍ଡି (୩୩ ବର୍ଷ), ପ୍ରସନ୍ନ କାଣ୍ଡି (୩୬ ବର୍ଷ), ନରୁ ସ୍ୱାଇଁ ଓରଫ ନରେନ୍ଦ୍ର (୪୨ ବର୍ଷ)ଙ୍କୁ ଅସ୍ତରଙ୍ଗ ଥାନା କେଶ ନମ୍ବର ୮୫/୨୪ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ। 






  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.