ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ବାପାଙ୍କ ଠାରୁ ଅଲଗା ହୋଇ ରହୁଥିବା ପୁଅକୁ ମିଳିବ ଆବାସ ଯୋଜନାରେ ଘର

ଭୁବନେଶ୍ବର, ୩୦।୯ : ବାପାଙ୍କ ଠାରୁ ଭିନେ ହୋଇ ନିଜର ଅଲଗା ପରିବାର କରିଥିବା ବ୍ୟକ୍ତିଙ୍କୁ ବି ମିଳିବା ଆବାସ ଯୋଜନାରେ ପକ୍କା ଘର । ପୂର୍ବ ସରକାରରେ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ୬ ମାସ ଭିତରେ କାର୍ଯ୍ୟାଦେଶ ଦେବେ ବିଜେପି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏହା କହିଛନ୍ତି।

ଚତୁର୍ଥ ପର୍ଯ୍ୟାୟରେ ଆସୁଥିବା ପକ୍କା ଘର କ୍ଷେତ୍ରରେ କିଛି ପରିବର୍ତ୍ତନ କରିଛନ୍ତି ସରକାର । ପୂର୍ବରୁ ଏସି ସି ସି ସି ତାଲିକାକୁ ଆଧାର କରି ପକ୍କା ଘର ଦିଆଯାଉଥିଲା । କିନ୍ତୁ ଏବେ ସେଥିରେ ପରିବର୍ତ୍ତନ ହୋଇଛି । ବାପାଙ୍କ ଠାରୁ ଅଲଗା ହୋଇଥିବା ବ୍ୟକ୍ତିଙ୍କୁ ମିଳିବା ପକ୍କା ଘର । ଏଥିରେ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ସରକାର ୧୦ ଟି କ୍ରାଇଟେରିଆ କରିଛନ୍ତି । ଏହି ପ୍ରକ୍ରିୟା ପାଇଁ ୬ ମାସ ସମୟ ଲାଗିବ ।  ବିଗତ ସରକାରରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ । ପୂର୍ବ ସରକାର ଠିକ୍ ତାଲିକା ଦେଲେ ନାହିଁ ବୋଲି ଲକ୍ଷ ଲକ୍ଷ ଗରିବ ଘର ପାଇବାରୁ ବଞ୍ଚିତ ହେଲେ । ନଚେତ୍ ଓଡ଼ିଶାକୁ ଅଧିକ ଘର ଆସିଥାନ୍ତା । ସର୍ବଭାରତୀୟ ସ୍ତରରେ ୨୦୧୭-୧୮ ମସିହାରେ ଗୋଟିଏ ତାଲିକା ପ୍ରସ୍ତୁତ ହୋଇଥିଲା । କିନ୍ତୁ ତତ୍କାଳୀନ ରାଜ୍ୟ ସରକାର ସେହି ତାଲିକା ପ୍ରସ୍ତୁତ କଲେ ନାହିଁ, ଲୁଚେଇ ଦେଲେ । ତେଣୁ ବଞ୍ଚିତ ହୋଇଥିବା ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ୬ ମାସ ଭିତରେ ସରକାର ଘର କରିବା ପାଇଁ କାର୍ଯ୍ୟାଦେଶ ଦେବେ ।  ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡିଓ, ପିଇଓ ମାନେ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ରହିବେ । ତେଣୁ ଯଦି ଚିହ୍ନଟ ପ୍ରକ୍ରିୟାରେ କୌଣସି ତ୍ରୁଟି ହେବ, ତେବେ ତଦନ୍ତ କରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ଗାଇଡଲାଇନ ପ୍ରସ୍ତୁତ କରି ପ୍ରତି ବ୍ଲକକୁ ଦିଆଯାଇଛି ।  ଏହି ପ୍ରକ୍ରିୟାରେ ଆଗାମୀ ଦିନରେ ୨୦ରୁ ୨୨ ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଘର ଦିଆଯିବ । 

ଭୂମିହୀନ ମାନଙ୍କୁ ମଧ୍ୟ ଚିହ୍ନଟ କରିବା ପାଇଁ କ୍ଳଷ୍ଟର କରୁଛନ୍ତି ସରକାର । ଗୋଟିଏ ଗାଁରେ ଯଦି ୧୫ଟି ପରିବାର ବାହାରୁଛି, ଆଉ ତାଙ୍କ ପାଖରେ ଘର କରିବା ପାଇଁ ୪ ଡିସିମିଲ ଜାଗା ନାହିଁ । ତେବେ ସେମାନଙ୍କୁ ସରକାରୀ ଜାଗାରେ ଥଇଥାନ କରାଯିବ । ସେଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ବିଜୁଳି ସଂଯୋଗ, ପାନୀୟ ଜଳ, ଖେଳ ପଡ଼ିଆ ଭଳି ସୁବିଧା ମିଳିବ । ସହର ଭଳି  ଓ୍ବାନ ବିଏଚକେ, ୨ ବିଏଚକେ ଷ୍ଟାଣ୍ଡଡର ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ବି ମିଳିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.