ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ସ୍କୁଲ ବେଳର ସ୍ୱପ୍ନ ପୂରଣ ହେଲା': ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି

କରଞ୍ଜିଆ/ବରଗଡ଼, ୧୭।୪: ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜାରତ ଓ ଜରୁରିକାଳୀନ ବିଭାଗର ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି(୨୭ବର୍ଷ) ଆଜି ପ୍ରକାଶ ପାଇଥିବା ୟୁପିଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଚତୁର୍ଥ ଥରରେ ୨୪ତମ ର‌୍ୟାଙ୍କ ରଖି ଶ୍ରୀ ଗିରି ସଫଳତା ପାଇଥିବା ଜଣାପଡ଼ଛି । ଏନେଇ ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ମହଲରେ ଖୁସି ଖେଳି ଯାଇଥିବା ବେଳେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ଉଭୟ ଏଡିଏମ, ଉପଜିଲ୍ଲାପାଳ ତଥା ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଅଭିନନ୍ଦନ ଜଣାଇଛନ୍ତି । ସେହିଭଳି ଖବର ପାଇଲା ପରେ ତାଙ୍କ ପୈତୃକ ଗାଁ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରେ ମଧ୍ୟ ଆନନ୍ଦ ଖେଳିଯାଇଛି ।  

ତେବେ ୟୁପିଏସ୍‌ସି ଭଳି ସର୍ବୋଚ୍ଚ ପରୀକ୍ଷାରେ ସଫଳତା ନେଇ ସେ କେତେ ଖୁସି ବୋଲି ପଚାରିବା ପରେ ସ୍କୁଲ ବେଳରୁ ରହି ଆସିଥିବା ସ୍ୱପ୍ନ ପୂରଣ ହୋଇଥିବାରୁ ପିତାମାତାଙ୍କ ସମେତ ଭଗବାନ ଓ ଗୁରୁଜନମାନଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି । କରଞ୍ଜିଆ ଶିଶୁବିଦ୍ୟା ମନ୍ଦିରରୁ ସ୍କୁଲ ପଢ଼ା ପରେ ଭୁବନେଶ୍ୱର ନାଇଜରରୁ ଇଣ୍ଟିଗ୍ରଟେଡ଼ ଏମଏସ୍‌ସି ସମ୍ପୂର୍ଣ୍ଣ କରିବା ପରେ ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୨୦୧୯ରେ ଓଆରଏସ୍‌ ପରୀକ୍ଷାରେ ସଫଳତା ପାଇ ଚାକିରି କରୁଥିବା ବେଳେ ୨୦୨୦ରେ ଓଏଏସ୍‌ ପାଇ ଓଡି଼ଶା ସରକାରଙ୍କ ପ୍ରଶାସନିକ ସେବାରେ ଯୋଗଦେଇଥିଲେ । ହେଲେ ସ୍ୱପ୍ନ ପୂରଣ ପାଇଁ ପ୍ରୟାସ ଜାରି ରହିଥିବା ବେଳେ କୋଭିଡ଼ ଓ ଲକଡ଼ାଉନ୍‌ ତାଙ୍କୁ ସାହାଯ୍ୟ କରିଥିଲା । ଯାହାର ପରିଶ୍ରମ ଫଳ ଆଜି ମିଳିଛି ବୋଲି ପ୍ରକାଶ କରି ଶ୍ରୀ ଗିରି ଦୈନିକ ପ୍ରାୟ ୬ ରୁ ୮ ଘଣ୍ଟା ପରିଶ୍ରମ କରିବା ପାଇଁ ଆଗାମୀ ପିଢ଼ିକୁ ପରାମର୍ଶ ଦେଇଛନ୍ତି । ତେବେ ଆଗାମୀ ଦିନରେ କଣ ତାଙ୍କ ଲକ୍ଷ୍ୟ ରହିଛି ବୋଲି ପଚାରିବା ପରେ ଓଏଏସ୍‌ ଚାକିରି ତାଙ୍କୁ ବହୁତ କିଛି ସହାୟତା କରିଛି । ଏଠୁ ପାଇଥିବା ପବ୍ଲିକ ମ୍ୟାନେଜମେଣ୍ଟ ଓ ମ୍ୟାନପାୱାର ମ୍ୟାନେଜମେଣ୍ଟ ହିଁ ପରବର୍ତ୍ତୀ ଚାକିରୀ କାଳରେ ତାଙ୍କୁ ସହାୟତା କରିବ ବୋଲି ସୂଚନା ଦେଇ ତାଙ୍କୁ ଏଥିପାଇଁ ଉତ୍ସାହିତ କରିଥିବା ପ୍ରତ୍ୟେକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେହିଭଳି ପ୍ରତ୍ୟକ୍ଷ ସହଯୋଗ, ଶିକ୍ଷା ଓ ସହାୟତା ପାଇଁ ସେ ବରଗଡ଼ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି, ପ୍ରଜ୍ଞାନନ୍ଦନ ଗିରି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ମୂଳ ବାସିନ୍ଦା ତଥା ଚମ୍ପୁଆ ଆଇଟିଡ଼ିଏରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଦିଲୀପ କୁମାର ଗିରି ଓ ମୀରବାଳା ଗିରିଙ୍କ ସୁପୁତ୍ର ଅଟନ୍ତି । ୨୦୧୯ ମସିହାରେ ପ୍ରଜ୍ଞା ଓଡ଼ିଶା ରାଜସ୍ୱ ସେବା ପରୀକ୍ଷାରେ ୪୨ତମ ସ୍ଥାନ ଅଧିକାର କରି ସହକାରୀ ଜିଲ୍ଲାପାଳ ଭାବେ କିଛି ସମୟ ପାଇଁ କରଞ୍ଜିଆରେ କାର୍ଯ୍ୟ କରିଥିଲେ । ୨୦୨୦ ମସିହାରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୫୦ତମ ସ୍ଥାନ ହାସଲ କରି କୃତକାର୍ଯ୍ୟ ହୋଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.