ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଶପଥ ପୂର୍ବରୁ ସଫେଇ କଲେ ବାବୁ, କେଦାରଗୌରୀ କୁଣ୍ଡ ସମୂହରୁ ବାହାର କରାଇଲେ ଦଳ

ଭୁବନେଶ୍ୱର, ୦୮/୦୬ : ବିଧାୟକ ଭାବେ ଶପଥ ନେବାକୁ ଆହୁରି ୨ ଦିନ ବାକି ଅଛି । କିନ୍ତୁ ନିର୍ବାଚନ ଫଳ ଜାଣିବା ପରଠୁ ନବନିର୍ବାଚିତ ବିଜେପି ବିଧାୟକ ବାବୁ ସିଂ ଏକାମ୍ର ନିର୍ବାଚନମଣ୍ଡଳୀର ବିଭିନ୍ନ ୱାର୍ଡ ଏବଂ ଗ୍ରାମ ବୁଲି ଲୋକଙ୍କୁ କୃତଜ୍ଞତା ଜଣାଇବା ସହିତ ସ୍ଥାନୀୟ ସମସ୍ୟା ପଚାରି ବୁଝୁଛନ୍ତି । ଏହି କ୍ରମରେ ସେ ଆଜି କେଦାର ଗୌରୀ ମନ୍ଦିର ବୁଲିବାକୁ ଯାଇଥିଲେ । ସେଠାରେ ଥିବା ସମସ୍ତ କୁଣ୍ଡଗୁଡିକ ଦଳରେ ଭର୍ତ୍ତି ହୋଇଥିବା ଦେଖି ସଫେଇ କରାଇଛନ୍ତି । ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା’ଗୌରୀଙ୍କ ବିବାହ ଉତ୍ସବ ଆସନ୍ତା ସୋମବାର ଏଠାରେ ଅନୁଷ୍ଠିତ ହେବ । ତେଣୁ କିଛି ସେବାୟତ ସଫେଇ କାମକୁ ସ୍ୱଳ୍ପ ଅବଧି ମଧ୍ୟରେ ସାରିବା ଲାଗି କହିଥିଲେ । ଏହାବ୍ୟତୀତ ସେ ଆଖପାଖରେ ଥିବା ଡ୍ରେନଗୁଡିକର ସଫେଇ କାମ ମଧ୍ୟ କରାଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.