ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହୁକା ପାର୍ଲରରେ ପୋଲିସର ଚଢାଉ, ହେପାଜତରେ ବିଗ୍ ବସ୍ ଫେମ୍ ମୁନାୱାର ଫାରୁକି

ମୁମ୍ବାଇ ୨୭/୦୩: ମଙ୍ଗଳବାର ରାତିରେ ମୁମ୍ବାଇ ପୋଲିସ ଏକ ହୁକା ପାର୍ଲରରେ ଚଢାଉ କରିଥିଲା। ଏହି ଚଢାଉରେ ପୋଲିସ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ତଥା ବିଗ୍ ବସ୍ ଫେମ୍‌ ମୁନାୱାର ଫାରୁକିଙ୍କୁ ହେପାଜତରେ ନେଇଥିଲା। ହୁକ୍କା ପାର୍ଲରରେ ତମାଖୁ ସେବନ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ସେଠାରେ ଚଢାଉ କରିବାକୁ ପହଞ୍ଚିଥିଲା। 

ଏହି ଚଢାଉ ସହ ଜଡିତ ଜଣେ ଅଧିକାରୀ କହିଛନ୍ତି, ତମାଖୁ ସେବନ ସମ୍ପର୍କରେ ସୂଚନା ପାଇବା ପରେ ଆମ ଟିମ୍‌ ମୁମ୍ବାଇର ହୁକ୍କା ବାର ଉପରେ ଚଢାଉ କରିଥିଲା। ସେଠାରେ ମିଳିଥିବା ଜିନିଷ ଯାଞ୍ଚ କରିବା ପରେ ଏକ ମାମଲା ରୁଜୁ କରାଯାଇ ପଞ୍ଜୀକୃତ କରାଯାଇଥିଲା। ହେପାଜତକୁ ନିଆଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମୁନାୱାର ଫାରୁକି ମଧ୍ୟ ଅଛନ୍ତି। 




ମୁମ୍ବାଇ ପୋଲିସ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ଫୋର୍ଟ ଅଞ୍ଚଳର ହୁକା ପାର୍ଲରରେ ହୋଇଥିବା ଚଢାଉରେ ହେପାଜତକୁ ନିଆଯାଇଥିବା ମୁନାୱାର ଫାରୁକି ଏବଂ ଅନ୍ୟ ୧୩ ଜଣଙ୍କୁ ପଚରାଉଚରା ପରେ ମୁକ୍ତ କରାଯାଇଥିଲା। ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତେବେ ମୁମ୍ବାଇ ପୋଲିସ ଦ୍ୱାରା ଗିରଫ ହେବାର ଖବର ପରେ ମୁନାୱାର ବିମାନବନ୍ଦରର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଥିରେ କ୍ୟାପସନ୍ ଦେଇଛନ୍ତି, "ଥକି ଯାଇଥିଲେ ମଧ୍ୟ ମୁଁ ଯାତ୍ରା କରୁଛି ।"

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.