ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନଗଦ ସଙ୍କଟ, ୮ ଏପ୍ରିଲ ସୁଦ୍ଧା ବାଇଜୁସ କର୍ମଚାରୀଙ୍କୁ ବେତନ

ନୂଆଦିଲ୍ଲୀ,୦୨/୦୪: ନଗଦ ସଙ୍କଟ ଦେଇ ଗତି କରୁଥିବା  ଏଡୁଟେକ କମ୍ପାନି ବାଇଜୁସର କର୍ମଚାରୀଙ୍କୁ ମାର୍ଚ୍ଚ ବେତନ ଲାଗି ଏପ୍ରିଲ ୮ ଯାଏ ଅପେକ୍ଷା କରିବାକୁ ପଡ଼ିବ । ସୋମବାର ଏକ ଚିଠି  ଯୋଗେ କମ୍ପାନି ପକ୍ଷରୁ ଏହାର କର୍ମଚାରୀଙ୍କୁ ଏ ନେଇ ଅବଗତ  କରାଯାଇଛି । ବାଇଜୁସରେ ଏବେ ୧୫ ହଜାରରୁ ଊଦ୍ଧ୍ୱର୍ କର୍ମଚାରୀ କାମ କରୁଛନ୍ତି । 

ସୋମବାର ସୁଦ୍ଧା ବେତନ ମିଳିଯିବ ବୋଲି କର୍ମଚାରୀମାନେ ଆଶା ବାନ୍ଧି ବସିଥିଲେ । ତେବେ ଏଭଳି କିଛି ହୋଇନାହିଁ । ମାର୍ଚ୍ଚରେ ମଧ୍ୟ କର୍ମଚାରୀଙ୍କୁ ବିଳମ୍ବରେ ବେତନ ମିଳିଥିଲା । ନିବେଶକଙ୍କ ସହ ଚାଲିଥିବା ବିବାଦ କାରଣରୁ ରାଇଟ୍ସ ଇସ୍ୟୁ ଦ୍ୱାରା ସଂଗ୍ରହ ହୋଇଥିବା  ଅର୍ଥ ଏବେ ଏକ ଭିନ୍ନ ଆକାଉଣ୍ଟରେ ଲକ୍‌ ହୋଇ ରହିଥିବାରୁ ବେତନ ପ୍ରଦାନରେ ବିଳମ୍ବ ହେଉଛି ବୋଲି କମ୍ପାନି ଚିଠିରେ ଉଲ୍ଲେଖ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.