ରାଇକିଆ ୯/୨: ରାଇକିଆ ଥାନା ଅନ୍ତର୍ଗତ ଡାଡିଙ୍ଗିଆ ପଞ୍ଚାୟତର ଡ଼lଙ୍ଗାଡ଼ଣ୍ଡ ବୁଲାଣିରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଓ ଦୁଇ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଏକ ବାଇକରେ ତିନି ଜଣ ବ୍ୟକ୍ତି ବିଅରପଙ୍ଗା ଗ୍ରାମରୁ ରାଇକିଆ ଆସି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହେବା ସହ ଏକ ଦେକାନ ଘରକୁ ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିଲା । ଏଥିରେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ଆହତ ମାନଙ୍କୁ ରାଇକିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ମୃତାହତଙ୍କ ପରିଚୟ ମିଳି ନଥିବା ବେଳେ ଘଟଣାସ୍ଥଳରେ ରାଇକିଆ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଦିଲ୍ଲୀ ପାଇଁ ବିଜେପିର ସଙ୍କଳ୍ପପତ୍ର ; ମହିଳାଙ୍କୁ ମା...